ରାଜ୍ୟ

ପାଣିରେ ବୁଡି କନେଷ୍ଟବଳ ମୃତ – Ibnodisha

[ad_1]

ନୀଳଗିରି : ନୀଳଗିରି ଥାନା ଅଧୀନ ଛୋଟକାନପୁର ଗ୍ରାମର ସ୍ବର୍ଗତ ନବକିଶୋର ପ୍ରଧାନଙ୍କ ପୁଅ କନେଷ୍ଟବଳ ଦୀପକ କୁମାର ପ୍ରଧାନ(୪୭) ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ଜୀବନ ହରାଇଛନ୍ତି। ଦୀପକ କନେଷ୍ଟବଳ ଭାବରେ କାର୍ଯ୍ୟରତ ଥିଲେ ଦୁଇ ମାସ ହେବ ଶରୀର ଅସୁସ୍ଥତା କାରଣରୁ ସେ ଛୁଟିରେ ଗାଁକୁ ଆସିଥିବା ବେଳେ । ଆଜି ଦିନ ୧୨ ଟା ସମୟରେ ଗାଧୋଇବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ ଗୋଡ ଖସିଯିବା କାରଣରୁ ସେ ପାଣିରେ ବୁଡି ଯାଇଥିଲେ। ଦୀପକ ଘରକୁ ନ ଫେରିବାରୁ ଘର ଲୋକେ ଅନେକ ଖୋଜିବା ପରେ ପୋଖରୀ ତାଙ୍କ ଶରୀର ଭାସିବା ଦେଖି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ନୀଳଗିରି ମେଡିକାଲକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ନୀଳଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button