ରାଜ୍ୟ

କଂଗ୍ରେସକୁ ବାଏ ବାଏ କହିଲେ ଯଜ୍ଞେଶ୍ୱର – Ibnodisha

[ad_1]

ଭୁବନେଶ୍ୱର : ବଲାଙ୍ଗୀରର ପୁରଖା ନେତା ଯଜ୍ଞେଶ୍ୱର ବାବୁ ବୁଧବାର କଂଗ୍ରେସ ଦଳ ଛାଡିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ଦଳର ସବୁ ପଦ ପଦବୀରୁ ସେ ଇସ୍ତଫା ଦେଇଥିବାର କହିଛନ୍ତି । ତାଙ୍କର ଇସ୍ତଫା ପତ୍ର କଂଗ୍ରେସ କମଟି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଥିବାର ସେ କହିଛନ୍ତି । ତେବେ ସେ କଂଗ୍ରେସ ଦଳର ଉପସଭାପତି ଓ ମ୍ୟାନେଜିଂ ଦାୟିତ୍ୱରେ ପାଞ୍ଚ ବର୍ଷ ଥିବା ବେଳେ ବର୍ତ୍ତମାନ ମଧ୍ୟ ସେ କଂଗ୍ରେସ କାର୍ୟ୍ୟକାରୀ କମିଟି ଓ ଜାତୀୟ ବିଭିନ୍ନ କମିଟିରେ ଥିଲେ । ତେବେ ସେ କୌଣସି ଲୋଭରେ କିମ୍ବା ଟିକେଟ ଆଶାରେ ଦଳ ଛାଡି ନ ଥିବାର କହିଛନ୍ତି । ସେ କେବଳ ବଲାଙ୍ଗୀରର ୧୨ ବର୍ଷ ଧରି ବନ୍ଦ ପଡିଥିବା ଚିନି କଳକୁ ପୁନଃ କାର୍ୟ୍ୟକ୍ଷମ କରିବା ଦିଗରେ ହିଁ କାମ କରିବେ । ଯାହା ଦ୍ୱାରା ଜିଲ୍ଲାର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ସେ ମତ ରଖିଛନ୍ତି । ଯଜ୍ଞେଶ୍ୱର ବାବୁ ୧୯୯୦ରେ ବଲାଙ୍ଗୀର ସଇଁତଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ । ପରେ ସେ ବିଜେଡି ଦଳରେ ସାମିଲ ହୋଇଥିଲେ ଏଥିସହ ପରେ ବିଜେଡି ଗଠନ ହେବା ପରେ ସେ ବିଜେଡିରେ ମିଶି ଥିଲେ । ସେହିପରି ୨୦୧୨ ମେ ମାସରେ ପ୍ୟାରୀ ଓ ସେ ମିଶି ନବୀନଙ୍କ ବିରୋଧରେ ମିଡ ନାଇଟ ଅପରେସନ କରି ବିଜେଡିରୁ ତଡା ଖାଇଥିଲେ । ସେମାନେ ନିଜେ ଓଡିଶା ଜନ ମୋର୍ଚ୍ଚା ନାଁରେ ଦଳ ଗଠନ କରି ନିଜେ ଯଜ୍ଞେଶ୍ୱର ବାବୁ ଏହାର ଆବାହକ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button