ଦେଶ

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା – Ibnodisha

[ad_1]

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ଆଜି ସନ୍ଦେଶଖାଲି ମାମଲାରେ ରାଜ୍ୟ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ହାଇକୋର୍ଟଙ୍କ କହିବାନୁସାରେ ସନ୍ଦେଶଖାଲି ଅଞ୍ଚଳରୁ ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ଯଦି ୧% ଅଭିଯୋଗରେ ବି ସତ୍ୟତା ଥାଏ ତେବେ ଏହା ରାଜ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ରାଜ୍ୟସରକାରଙ୍କୁ ଏପ୍ରକାର ଘଟଣା ପାଇଁ ଲଜ୍ଜ୍ୟାବୋଧ ହେବା ଉଚିତ୍ । ପ୍ରକାଶ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତଥା ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନେତାଭାବେ ଶେଖ୍ ଶାହାଜାହାନ୍‌ଙ୍କ ଦ୍ୱାରା ସ୍ଥାନୀୟ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଭଳି ମାମଲାରେ ତଦନ୍ତ କରାଯିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିବା ଅବସରରେ ହାଇକୋର୍ଟ ଏପ୍ରକାର ମତବ୍ୟକ୍ତ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଶିବଜ୍ଞାନମ୍ ଏବଂ ଜଷ୍ଟିସ୍ ହିରେନ୍‌ମୟ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି, ସମଗ୍ର ଜିଲ୍ଲା ପ୍ରଶାସନ ଏବଂ ଶାସନ ବ୍ୟବସ୍ଥା ନିଜ ନିଜ ନୈତିକ ଦାୟିତ୍ୱ ଭୁଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରକାଶ, ସନ୍ଦେଶଖାଲି ଘଟଣା ସହ ଜଡିତ ଏକାଧିକ ଜନସ୍ୱାର୍ଥ ମାମଲା ପଶ୍ଚିମବଙ୍ଗ ହାଇକୋର୍ଟରେ ଦାଖଲ ହୋଇଥିବା ବେଳେ ଏହି ୨ଜଣିଆ ଖଣ୍ଡପୀଠ ଏସବୁ ଉପରେ ଶୁଣାଣି କରୁଛନ୍ତି । ତେବେ ତଦନ୍ତ ନିର୍ଦ୍ଦେଶ ପାଇଁ କରାଯାଇଥିବା ପିଟିସନ୍ ଉପରେ ଶୁଣାଣି କରି ଆଜି ଖଣ୍ଡପୀଠ ନିଜ ରାୟ ସଂରକ୍ଷିତ ରଖିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button