ଦେଶ

କନ୍ୟା ସନ୍ତାନକୁ ଜନ୍ମ ଦେଲା ସ୍କୁଲ ଛାତ୍ରୀ – Ibnodisha

[ad_1]

ରାୟପୁର: ଛତିଶଗଡ଼ କୋରିଆ ଜିଲ୍ଲା ସ୍ଥିତ ଏକ ସରକାରୀ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ । ଛାତ୍ରୀ ଜଣକ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେବା ପରେ ଶିଶୁଟିକୁ ହଷ୍ଟେଲ ପରିସର ମଧ୍ୟରେ ଗାତ ଖୋଳି ପୋତି ଦେଇଥିଲା । ଏ ନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ହଷ୍ଟେଲରେ ପହଞ୍ଚିଛି ପୋଲିସ । ତେବେ ଛାତ୍ରୀ ଜଣକ ଗର୍ଭବତୀ ଥିବା ନେଇ ଅଜ୍ଞ ଥିଲେ ବୋଲି ପୋଲିସ କହିଛି । ସୂଚନା ଅନୁସାରେ ନାବାଳିକା ଜଣକ ଏକ ପ୍ରି-ମ୍ୟାଚୁଅର ଶିଶୁକୁ ଜନ୍ମ ଦେଇଥିଲା । ଏହାପରେ ଶିଶୁକୁ ହଷ୍ଟେଲ ପରିସରରେ ଗାତ ଖୋଳି ପୋତି ଦେଇଥିଲା । ଏ ସମ୍ପର୍କରେ ଖବର ପାଇବା ପରେ ସୋନହାଟ ପୋଲିସ ତଦନ୍ତ ଜାରି ରଖିଛି । ଏହାପରେ ପୋଲିସ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିବା ବେଳେ ଏହାକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ନାବାଳିକା ଜଣକ କେତେ ମାସ ଧରି ଗର୍ଭବତୀ ଥିଲେ । ପୋଲିସ ପ୍ରଥମେ ବ୍ୟବଚ୍ଛେଦ ପାଇଁ ବୈକୁଣ୍ଠପୁର ହସ୍ପିଟାଲକୁ ନେଇଥିଲା ।

ହେଲେ ସେଠାରେ ଏକ୍ସପର୍ଟ ନଥିବାରୁ ଶେଷର ମୃତଦେହକୁ ଅମ୍ବିକାପୁର ମେଡିକାଲ କଲେଜକୁ ନିଆଯାଇଥିଲା । ଏ ନେଇ ବୈକୁଣ୍ଠପୁର ଜିଲ୍ଲା ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡ. ପଲ୍ଲଭୀ ପାଇକ୍ର ସୂଚନା ଦେଇ କହିଛନ୍ତି, ” ଶିଶୁଟିର ଡିଏନଏ ଟେଷ୍ଟ ପାଇଁ ଆମକୁ ଫରେନ୍ସିକ ଏକ୍ସପର୍ଟଙ୍କ ଆବଶ୍ୟକ ରହିଥିଲା । ହେଲେ ଜିଲ୍ଲା ହସ୍ପିଟାଲରେ ଏଯାବତ ବ୍ୟବଚ୍ଛେଦ ପାଇଁ ସମସ୍ତ ସୁବିଧା ନାହିଁ । ଏଥିଲାଗି ଆମେ ମୃତଦେହକୁ ଅମ୍ବିକାପୁର ମେଡିକାଲ କଲେଜକୁ ପଠାଇ ଦେଇଥିଲୁ । ଏପଟେ ଏସଡିପିଓ କବିତା ଠାକୁରଙ୍କ କହିବାନୁସାରେ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ସେ ନିଜେ ବି ଜାଣିନଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିବ । ଏହି ଘଟଣା ଘଟିବା ପରେ ସାରା ହଷ୍ଟେଲରେ ହଟଚମଟ ସୃଷ୍ଟି ହୋଇଛି । ନାବାଳିକା ଜଣକ ଚର୍ଚ୍ଚା ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା ହୋଇଥିାବ ବେଳେ ସେ ସୋନପତ ଅଞ୍ଚଳ ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ । ଏଥିଲାଗି ଏହି ଘଟଣାର ତଦନ୍ତ ଉଭୟ ପୋଲିସ ମିଳିତ ଭାବେ କରୁଛନ୍ତି । ଏବେ ବ୍ୟବଚ୍ଛେଦ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button