ରାଜ୍ୟ

ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଫେରାର – Ibnodisha

[ad_1]

ଭବାନୀପାଟଣା : ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟେ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍‌ କର୍ତ୍ତୃପକ୍ଷ। ଫେରାର ବିଚାରାଧୀନ କଏଦୀମାନେ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ମାଝି। ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ। ହେଲେ ସେମାନେ କିପରି ଓ କେତେବେଳେ ଫେରାର ହେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button