ରାଜନୀତି

କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ:ଗଣେଶ୍ୱର – Ibnodisha

[ad_1]

ଭୁବନେଶ୍ୱର: କଂଗ୍ରେସ ତାଙ୍କ ପ୍ରତି ଅବିଚାର କରିଛି। ତାଙ୍କୁ ନିର୍ବାଚନ କମିଟିରୁ ବାଦ୍‌ ଦିଆଯାଇଥିଲା। ଏହା ତାଙ୍କର ସହକର୍ମୀ ଓ ଅନୁଗତ ମାନଙ୍କୁ ବହୁମାତ୍ରାରେ ଆଘାତ ଦେଇଥିଲା। କାମ କରିବାକୁ ହେଲେ ବିଧାନସଭା ଯିବାକୁ ପଡ଼ିବ। ସେଥିପାଇଁ ସେ ‘ଆମେ ବିଧାନସଭା ଯିବା’ ସ୍ଲୋଗାନ ଦେଇଥିଲେ। କିନ୍ତୁ ଏବେ ଅନୁଭବ କରୁଛନ୍ତି ଯେ, କଂଗ୍ରେସରେ ରହି ବିଧାନସଭା ଯିବା ସମ୍ଭବ ନୁହେଁ। ଏହି ନିର୍ବାଚନ ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ହାରିବାକୁ ଆଉ ଚାହୁନାହାନ୍ତି। ତାଙ୍କର ଲକ୍ଷ୍ୟ ହେଉଛି, ସେ କେନ୍ଦ୍ରାପଡ଼ାବାସୀଙ୍କ ପାଇଁ କିଛି କାମ କରିବେ। ୨୪ ନିର୍ବାଚନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏ ନିର୍ବାଚନ ଜିତିବାକୁ ପଡ଼ିବ। ବିଧାନସଭା ଯିବା ଲକ୍ଷ୍ୟ ପୂରଣ ପାଇଁ ଏହି ନିଷ୍ପତ୍ତି ନେଇଛି। କଂଗ୍ରେସରେ ରହି ବିଧାନସଭା ଯିବା ନେଇ ଆଶଙ୍କା ସୃଷ୍ଟି ହେଲା। ସମସ୍ତଙ୍କ ପରାମର୍ଶ ଓ ବହୁ ଆଲୋଚନା ପରେ ଏହି ପଦକ୍ଷେପ ନେଲି ବୋଲି ବିଜେଡିରେ ମିଶିବା ପରେ ଗଣେଶ୍ୱର ବେହେରା କହିଛନ୍ତି ।

ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଧାୟକ ପ୍ରତାପ ଜେନା ଓ ଶଶିଭୂଷଣ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ଗଣେଶ୍ୱର ବେହେରା ତାଙ୍କର ଶତାଧିକ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଗଣେଶ୍ୱରଙ୍କୁ ନେଇ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଜେଡିରେ ମିଶିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି। ଚର୍ଚ୍ଚା ନେଇ କେନ୍ଦ୍ରାପଡ଼ାର ଏକ ପ୍ରତିଷ୍ଠିତ ହୋଟେଲରେ କେନ୍ଦ୍ରାପଡ଼ାର ବିଜୁ ଜନତା ଦଳର ଆଶାୟୀମାନେ ଏକତ୍ରିତ ହୋଇଥିଲେ । ବିଜୁ ପରିବାରର ସ୍ୱାର୍ଥ ପାଇଁ କର୍ମୀ ସମ୍ମିଳନୀ ନାମରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ସିପ୍ରା ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୀତାଞ୍ଜଳୀ ସେଠୀ, ମୁରଲୀ ସେଠୀ, ମାନଓ ସେଠୀ, ଦୁଷ୍ମନ୍ତ ମଲ୍ଲିକ ରାଜେଶ ଦାସ, ମାନସ ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀ ଆଶାୟୀ ଓ ଅନେକ କର୍ମୀ ସାମିଲ ହୋଇଥିଲେ । ସେମାନଙ୍କ କହିବା ଅନୁଯାୟୀ ବିଜେଡି ଯାହାକୁ ବି ଟିକେଟ ଦେଉଛି ଦେଉ, କିନ୍ତୁ ଅନ୍ୟ ଦଳରୁ ଯେ ଆସିବେ, ତାଙ୍କୁ ଗ୍ରହଣ କରାଯିବ ନାହିଁ । ଶତାଧିକ କର୍ମୀଙ୍କ ଏକ ଦସ୍ତଖତ ଦଳର ହାଇକମାଣ୍ଡଙ୍କ ନିକଟକୁ ପଠାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button