ଖେଳ

୩୦ରୁ ପ୍ରଥମ ଜାତୀୟ ମହିଳା ହକି ଲିଗ୍ – Ibnodisha

[ad_1]

ନୂଆଦିଲ୍ଲୀ: ହକି ଇଣ୍ଡିଆ ପକ୍ଷରୁ ଏକ ନୂତନ ପଦକ୍ଷେପ ସ୍ୱରୂପ ଜାତୀୟ ମହିଳା ହକି ଲିଗ୍ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛି । ଏହି ଲିଗ୍‌ର ପ୍ରଥମ ପର୍ଯ୍ୟାୟ ଆସନ୍ତା ୩୦ ତାରିଖରୁ ମେ ୯ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଆୟୋଜିତ ହେବ । ଭାରତର ଏହି ପ୍ରଥମ ଘରୋଇ ହକି ଲିଗ୍‌ରେ ଜାତୀୟ ସିନିୟର୍ ହକି ପ୍ରତିଯୋଗିତାର ଶୀର୍ଷ ୮ଟି ଟିମ୍ ହରିଆଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ବେଙ୍ଗଲ, ମିଜୋରାମ, ମଣିପୁର ଓ ଓଡ଼ିଶା ଭାଗ ନେଉଛନ୍ତି । ଲିଗ୍‌ରେ ୨୧ ବର୍ଷରୁ କମ୍ ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିବ । ଓଡ଼ିଶା ଉଦ୍‌ଘାଟନୀ ଦିବସରେ ହରିଆଣା ବିପକ୍ଷରୁ ନିଜର ଅଭିଯାନ ଆରମ୍ଭ କରିବ । ଏହାପରେ ମେ ୧ରେ ମଧ୍ୟପ୍ରଦେଶ, ୩ରେ ମଣିପୁର, ୪ରେ ଝାଡ଼ଖଣ୍ଡ, ୬ରେ ମହାରାଷ୍ଟ. ୭ରେ ବେଙ୍ଗଲ ଓ ୯ରେ ମିଜୋରାମ ବିପକ୍ଷରେ ଖେଳିବ । ଲିଗ୍ କାର୍ଯ୍ୟସୂଚୀ ଘୋଷଣା ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କି ଏବଂ ସାଧାରଣ ସମ୍ପାଦକ ଭୋଳାନାଥ ଚୌହାନ କହିଛନ୍ତି, ଜାତୀୟ ମହିଳା ହକି ଲିଗ୍ ବିଶେଷ କରି ଆମ ମହିଳା ଖେଳାଳିଙ୍କ ସହ ଭାରତୀୟ ହକି ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହେବ । ଦେଶରେ ମହିଳା ହକିର ବିକାଶ ଲାଗି ଏହା ଆମ ଉଦ୍ୟମର ଏକ ପ୍ରମାଣ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button