ରାଜ୍ୟ

ଓଡିଶାରେ ରାଜନୈତିକ ପରିବର୍ତନ ହେବ, ବିଜେପିର ସରକାର ଗଠନ ହେବ : ମନମୋହନ ସାମଲ – Ibnodisha

[ad_1]

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀ ସଦାନନ୍ଦ ନାୟକ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝରବାସିନ୍ଦା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ ନାୟକ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ଜୟଦେବ ବିଧାନସଭା ମଣ୍ଡଳୀ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବେଣୁପୁର ସରପଂଚ ହୃଷିକେଶ ପାତ୍ର, ରାମଲତା ନାୟକ, ରଶ୍ମିତା ଭୋଇ, ବାଲିଅନ୍ତ ପଂଚାୟତ ସମିତି ସଦସ୍ୟ କୁନି ପ୍ରଧାନ, ପୁରନ ପ୍ରଧାନ, ମମତା ମାହାରି, ରଞ୍ଜନ କୁମାର ମହାପାତ୍ର, ପ୍ରିୟବ୍ରତ ପାତ୍ର, ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, ସମାଜସେବୀ ଦିନବନ୍ଧୁ ଭୋଇ, ପୂର୍ବତନ ସରପଂଚ ମୂରଲୀଧର ସାହୁ, ପୂର୍ବତନ ୱାର୍ଡ ମେମ୍ବର ବିଜୟ କୁମାର ନାୟକ, ନାୟବ ସରପଂଚ ଅରୁଣ କୁମାର ସାହୁ, ପୂର୍ବତନ ସରପଂଚ ବ୍ରହ୍ମାନନ୍ଦ ସାହୁ, କେଳୁ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୌମ୍ୟରଞ୍ଜନ ତ୍ରିପାଠୀ, ପୂର୍ବତନ ସରପଂଚ ତଥା ସମିତି ସଦସ୍ୟ ମୂରଲୀଧର ସାହୁ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

ପୂର୍ବତନ ବିଏମସି ପୂର୍ବତନ କର୍ପୋରେଟର ନରେନ ସାହୁ, ରାଜକିଶୋର ସାହୁ, ସସ୍ମିତା ସାହୁ, ଯୁବନେତା ରାଜେନ୍ଦ୍ର କୁମାର ନାୟକ, ସୂର୍ଯ୍ୟକାନ୍ତ ସାହୁ, ଶିବ ସାହୁ, ଗୀତାଞ୍ଜଳୀ ରାଉତ, ମଂଟୁ ପରିଡା, ବାବୁଲି ନାୟକ, ନାଏବ ସରପଂଚ ଅନିଲ ବେହେରା, କାନ୍ଦୁରି ଚନ୍ଦ୍ର ସାହୁ, ସଦାନନ୍ଦ ଖୁଂଟିଆ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଛନ୍ତି । ଓଡିଶାରେ ରାଜନୈତିକ ପରିବର୍ତନ ହେବ ଏବଂ ବିଜେପିର ସରକାର ଗଠନ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ରାଜ୍ୟ ସଭାପତି ଶ୍ରୀ ସାମଲ ସଦସ୍ୟତା କରାଇଥିଲେ । ଏହି ମିଶ୍ରଣ ପର୍ବରେ ଜୟଦେବ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି, ରାଜ୍ୟ ସମ୍ପାଦକ ସରୋଜ କର, ଭୂବନେଶ୍ୱର ମଧ୍ୟ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ନେତା ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button