ଦେଶ

୨୩ ଯାଏ ବଢ଼ିଲା କବିତାଙ୍କ ନ୍ୟାୟିକ ହେପାଜତ ଅବଧି – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଥିବା ବିଆରଏସ୍ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ଆଜି ଏକ ଶକ୍ତ ଝଟ୍‌କା ଲାଗିଛି । ଆଜି ତାଙ୍କ ନ୍ୟାୟିକ ହେପାଜତ୍ ଅବଧି ଶେଷ ହେଉଥିବା ବେଳେ ଇଡି ପକ୍ଷରୁ ସୋମବାର ଦିନ ଦିଲ୍ଲୀ କୋର୍ଟରେ କେ. କବିତାଙ୍କୁ ହାଜର କରାଯାଇଥିଲା ଏବଂ ତାଙ୍କ ନ୍ୟାୟିକ ହେପାଜତ୍ ଅବଧିକୁ ଆଉ କିଛି ଦିନ ବୃଦ୍ଧି କରିବା ନେଇ ଅନୁରୋଧ କରିଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ଆସନ୍ତା ୨୩ ଯାଏ ତାଙ୍କ ନ୍ୟାୟିକ ହେପାଜତ୍ ଅବଧିକୁ ବୃଦ୍ଧି କରିଛନ୍ତି । ପୂର୍ବରୁ ସିବିଆଇ ଅନୁରୋଧ ଆଧାରରେ କେ. କବିତାଙ୍କୁ ଏପ୍ରିଲ୍ ୧୫ ଯାଏ ବିଚାର ବିଭାଗୀୟ ହାଜତରେ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ତାଙ୍କ ଅବଧି ଶେଷ ହେଉଥିବା ବେଳେ ଇଡି ପକ୍ଷରୁ ରିମାଣ୍ଡ୍ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା । ପ୍ରକାଶ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୧୫ରେ ଇଡି ଅଧିକାରୀମାନେ ହାଇଦ୍ରାବାଦ୍‌ରୁ କେ. କବିତାଙ୍କୁ ଗିରଫ କରିଥିଲା ଏବଂ ମାର୍ଚ୍ଚ ୨୬ରୁ ସେ ବିଚାର ବିଭାଗୀୟ ହାଜତ୍‌ରେ ରହିଛନ୍ତି । ତେବେ ଏହି ସମୟ ସୁଦ୍ଧା କେ. କବିତାଙ୍କ ସମ୍ପର୍କରେ ସିବିଆଇ କିଛି ବଡ଼ ସୂଚନା ତଥା ଅଭିଯୋଗକୁ ସାମ୍ନାକୁ ଆଣିଛି । କେ. କବିତା, ଅରବିନ୍ଦ ଫାର୍ମା କମ୍ପାନୀ ମୁଖ୍ୟ ଶରତ ଚନ୍ଦ୍ର ରେଡ୍ଡୀଙ୍କୁ ୨୫ କୋଟି ଟଙ୍କା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ନିର୍ବାଚନୀ ଚାନ୍ଦା ଆକାରରେ ଦେବା ପାଇଁ ଚାପ ପକାଇବା ସହ ତେଲେଙ୍ଗାନାର ମେହବୁବ୍ ନଗରରେ ଥିବା ଏକ ଚାଷ ଜମି ବଦଳରେ ୧୪ କୋଟି ଟଙ୍କା ଦେବାକୁ ମଧ୍ୟ ଶ୍ରୀ ରେଡ୍ଡୀଙ୍କୁ ବାଧ୍ୟ କରିଥିଲେ ବୋଲି ସିବିଆଇ ଦର୍ଶାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button