ରାଜ୍ୟ

ଲୋକଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁବନେଶ୍ୱର : ଗତକିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଏସ୍ କଲ୍‌ରେ ଲୋକମାନଙ୍କୁ ନିଜ ଅଞ୍ଚଳରେ ହେଉଥିବା ବିକାଶମୂଳକ କାମ ବିଷୟରେ ପଚାରି ବୁଝୁଥିବା ବେଳେ ଆଜି ଭିଡିଓ କଲରେ ଲୋକମାନଙ୍କ ନିକଟରୁ ସେମାନଙ୍କ ଅଞ୍ଚଳରେ ହେଉଥିବା ଉନ୍ନୟନମୂଳକ କାମର ଅପଡେଟ୍ ନେଇଛନ୍ତି। ନିର୍ବାଚନ ମାହୋଲରେ ଲୋକଙ୍କ ପାଇଁ ହେଉଥିବା ବିକାଶମୂଳକ କାମ ଯେପରି ଅଧାର ବନ୍ଦ ନହୁଏ, ସେ ନେଇ ନବୀନ ନେଇଛନ୍ତି ଅପଡେଟ୍। ଭିଡିଓ କଲରେ ସାଧାରଣ ଲୋକଙ୍କ ସହ କଥା ହୋଇ ବିଭିନ୍ନ ଉନ୍ନତିମୂଳକ କାମର ଟିକିନିଖ୍ ତଦାରଖ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ବିଭିନ୍ନ ଅଞ୍ଚଳରେ ଚାଲିଥିବା ସ୍କୁଲ ରୂପାନ୍ତରଣ, ମନ୍ଦିର, ବ୍ରିଜ ଆଦି ବିକାଶ ମୂଳକ କାମ କିଭଳି ଚାଲୁଛି ଓ ସରିଲାଣି କି ନାହିଁ ସେନେଇ ମତାମତ ନେଉଛନ୍ତି । ଏପରିକି ପିଲାମାନେ ଖୁସି ଅଛନ୍ତି କି ବୋଲି ବି ନବୀନ ଲୋକଙ୍କୁ ପଚାରି ବୁଝୁଛନ୍ତି । ଲୋକମାନେ ବି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button