ରାଜନୀତି

ମୋ ଟିକେଟ କାଟିଛନ୍ତି କୁଚକ୍ରୀ ଗୋଷ୍ଠୀ: ରଘୁନନ୍ଦନ – Ibnodisha

[ad_1]

ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି । ତେବେ ଆଜି ଘୋଷଣା ହୋଇଥିବା ୬ଟି ଆସନରୁ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ବିଜେଡି ଟିକେଟ ଦେଇନାହିଁ । ବାଲିକୁଦା -ଏରସମାରୁ ପ୍ରଥମ ଥର ନିର୍ବାଚନ ଲଢିବେ ସାରଦା ଜେନା । ତେବେ ଟିକେଟ ନମିଳିବା ନେଇ ରଘୁନନ୍ଦନ ଦାସ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତ ପାଇଁ ମୋ ଟିକେଟ କଟିଛି । ମୁଁ ଅସୁସ୍ଥ ଥିବାବେଳେ ବିରୋଧୀ ହାୱା ସୃଷ୍ଟି ହୋଇଥିବା କୁହାଗଲା । ସେଥିପାଇଁ ମୋତେ ଟିକେଟ ଦିଆନଯାଇ ସାରଦା ଜେନାଙ୍କୁ ଦିଆଯାଇଛି । ମୁଁ ଅସୁସ୍ଥ ଥିବାବେଳେ କୁଚକ୍ରୀ ଗୋଷ୍ଠୀ ଏଭଳି ହାୱା ସୃଷ୍ଟି କରିଛନ୍ତି । ମୁଁ ତ ଏବେ ସୁସ୍ଥ ଅଛି । କିନ୍ତୁ ବହୁ ଅସୁସ୍ଥ ଲୋକଙ୍କୁ ଦଳ ଟିକେଟ ଦେଇଛି । ଚ୍ୟାଉ ପଟ୍ଟନାୟକ, ବଦ୍ରି ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଶ୍ୱିନୀ ପାତ୍ର ଟିକେଟ ପାଇଛନ୍ତି । ଜିଲ୍ଲାସ୍ତରୀୟ କିଛି ନେତାଙ୍କ ଚକ୍ରାନ୍ତ ଯୋଗୁ ମୋତେ ଟିକେଟ ମିଳିନି । ତିନି ତୁଣ୍ଡରେ ଛେଳି କୁକୁର ଭଳି ଅବସ୍ଥା ହୋଇଛି । ମୋ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ ଖବର ପହଞ୍ଚି ପାରିନାହିଁ । ଏବେ ତ ଦଳ ସହ ଅଛି । ଆବଶ୍ୟକ ପଡ଼ିଲେ ସବୁ କିଛି ତ୍ୟାଗ କରିବି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button