ରାଜ୍ୟ

ଟ୍ରେନ ଲାଇନରୁ ଯୁବକଙ୍କ ମୃତ ଦେହ ଉଦ୍ଧାର – Ibnodisha

[ad_1]

କଣ୍ଟାବାଞ୍ଜି : ଅଜଣା ଯୁବକଙ୍କର ମୃତଦେହ ଉଦ୍ଧାର ହୋଇଛି। ଟ୍ରେନ୍‌ ଲାଇନରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିଲା ମୃତଦେହ। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଯବତ କରିବା ସହିତ ତଦନ୍ତ କରୁଛି। ମୃତ ଯୁବକଙ୍କର ନାଁ ଜଣାପଡ଼ି ନଥିବା ବେଳେ ତାଙ୍କ ଘର ରାଉତମୁଣ୍ଡା ଗାଁରେ ବୋଲି ଯଣାପଡ଼ି। ଏଭଳି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଉତମୁଣ୍ଡା ଗାଁରେ। ଗାଁ ପାଖରେ ଥିବା ରେଳ ଲାଇନରୁ ଜଣେ ଯୁବକଙ୍କ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ।

ଏନେଇ ଜିଆରପି ପୁଲିସକୁ ଖବର ଦେଇଥିଲେ। ତେବେ ଖବର ପାଇ ଘଟଣା ସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଯୁବକ ଜଣକ ରବିବାର ରାତିରେ ରାଉତମୁଣ୍ଡା ଗାଁକୁ ଏକ ବିବାହ ଉତ୍ସବରେ ଆସିଥିବା ନେଇ ଗାଁ ରେ ଚର୍ଚ୍ଚା ହେଉଛି। ତେବେ ଆଜି ସକାଳୁ ଟ୍ରେନ ଲାଇନ କଡ଼ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ହତ୍ୟା କରି କିଏ ପିଙ୍ଗିଦେଇଛନ୍ତି ନାଁ ଏହା ଏକ ଆତ୍ମହତ୍ୟା ଏହାର କାରଣ ଜଣାପଡ଼ିନାହିଁ। ତେବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ଜିଆରପି ପୁଲିସl

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button