IBN ଓଡ଼ିଶା ବ୍ୟୁରୋ

ଖରା ରେ ବାଇକ ଆରୋହୀଙ୍କୁ ତାତି ରୁ ବଞ୍ଚାଇବ ଏହି ଏସି ହେଲମେଟ, ଗାଡ଼ି ଚଲାଇବା ବେଳେ ମିଳିବ ଆରାମ

ବର୍ତ୍ତମାନ ସାରା ରାଜ୍ୟରେ ଚାଲୁ ରହିଛି ଗ୍ରୀଷ୍ମ ଲହରୀ। କିଛିଦିନ ହେବ ରାଜ୍ୟ ଏବଂ ସାରା ଦେଶରେ ତାପମାତ୍ରା ବଢ଼ିବାରେ ଲାଗିଛି। କେବଳ ମଣିଷ ନୁହେଁ ବରଂ ଜୀବଜନ୍ତୁ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ନେଉଛନ୍ତି।

 

ଅଫିସ୍ କିମ୍ବା ଅନ୍ୟ କର୍ମକ୍ଷେତ୍ରରେ ପହଞ୍ଚିବା ପରେ ଆପଣ ହୁଏତ ଏହି ଅସହ୍ୟ ଗରମର ପ୍ରକୋପ ଠାରୁ ବର୍ତ୍ତି ଯାଇପାରନ୍ତି। କିନ୍ତୁ, ଖରାରେ ଠିଆ ହୋଇ ଟ୍ରାଫିକ ସମ୍ଭାଳୁଥିବା ଟ୍ରାଫିକ ପୋଲିସ ମାନଙ୍କ ବିଷୟରେ ଟିକିଏ ଭାବନ୍ତୁ। ଖାସ୍ ସେମାନଙ୍କର ସୁବିଧା ହେତୁ ଆସିଯାଇଛି ଏସି ହେଲମେଟ।

Ac helmet

ଆଜ୍ଞା ହଁ, ଆପଣ ଠିକ୍ ଶୁଣିଲେ। ଏସି ହେଲମେଟ ଯେଉଁଥିରୁ ବାହାରିବ ଥଣ୍ଡା ଥଣ୍ଡା ପବନ। ଗୁଜୁରାଟ ସରକାରଙ୍କ ଦ୍ୱାରା ଏଭଳି ଭଲ ନିଷ୍ପତ୍ତି ନିଆଯାଇଛି। ସରକାରଙ୍କ ତରଫରୁ ଏସି ହେଲମେଟର ବ୍ୟବସ୍ଥା କରାଯାଇଛି। ଏହି ହେଲମେଟ ଗୁଡିକ ମଧ୍ୟ ବିଦେଶରୁ ଇଂପୋର୍ଟ କରାଯାଇନାହିଁ ବରଂ IIM ବଦୋଦରାର ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଜୁରାଟର ପ୍ରାୟ ୪୫୦ ଟ୍ରାଫିକ ପୋଲିସଙ୍କୁ ଏହି ହେଲମେଟ ପ୍ରଦାନ କରାଯାଇଥିବା ଜଣାପଡିଛି। ଏହି ହେଲମେଟ ଗୁଡିକ ବ୍ୟାଟେରୀ ଚାର୍ଜ ହେଉଥିବା ବେଳେ ଶରୀର ଥଣ୍ଡା ରଖିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏଭଳି ଘଟଣା ଦେଶରେ ପ୍ରଥମ ନୁହେଁ ଏହା ପୂର୍ବରୁ ଅହମ୍ମଦାବାଦ୍ ପୋଲିସକୁ ମଧ୍ୟ ଗତବର୍ଷ ଏଭଳି ହେଲମେଟ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ଦିନକୁ ଦିନ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚାଇ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button