ଏସବୁ ଅନ୍ୟକୁ ଦେଲେ କାଙ୍ଗାଳା ହେବା ସୁନିଶ୍ଚିତ, ଆପଣ ଏହି ଜିନିଷ ଗୁଡ଼ିକ ଅନ୍ୟର ବ୍ୟବହାର କରୁଛନ୍ତି କି?
ଅନେକ ସମୟରେ ଆମେ କିଛି ଜିନିଷ ଅନ୍ୟରେ ବ୍ୟବହାର କରିଥାଏ । ସେ ଆବଶ୍ୟକତା ଦୃଷ୍ଟିରୁ ହେଉ କିମ୍ବା ସଉକ ମେଣ୍ଟାଇବା ପାଇଁ । ହେଲେ କଣ ଆପଣ ଜାଣନ୍ତି କି ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା ଅନ୍ୟରେ ବ୍ୟବହାର କରିବା ଉଚିତ୍ ନୁହେଁ । ଏପରି କିଛି ଜିନିଷ ରହିଛି ଯଦି ଆପଣ ଅନ୍ୟର ବ୍ୟବହାର କରିଥାନ୍ତି ତେବେ ଆପଣଙ୍କର ଏକରି କିଛି ଅନିଷ୍ଟ ହୋଇପାରେ ଓ ଆପଣ ଦାରିଦ୍ର୍ୟର ଶିକାର ହୋଇ ପାରନ୍ତି ।
ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡ଼ିକ କଣ ଓ ଏହାକୁ ବ୍ୟବହାର କରିବା ଦ୍ଵାରା ଆପଣଙ୍କର କେଉଁ ପ୍ରକାରର କ୍ଷତି ହୋଇଥାଏ ।
ରୁମାଲ : କୁହାଯାଏ ରୁମାଲ କାହାକୁ ଉପହାର ରୂପେ ମଧ୍ୟ ଦିଆଯିବା ଅନୁଚିତ୍ । ଏହା ଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେବେ ଅନ୍ୟର ରୁମାଲ ବ୍ୟବହାର କରିବା ଅନୁଚିତ୍ ଅଟେ ।
ଘଣ୍ଟା : ଅନ୍ୟର ହାତ ଘଣ୍ଟା ମାଗି ପିନ୍ଧିବା ଅନୁଚିତ୍ । ଏହା ଅଶୁଭ ବୋଲି ମନେ କରା ଯାଇଥାଏ । ଅନ୍ୟର ଘଡି ପିନ୍ଧିବା ଦ୍ଵାରା ସେହି ବ୍ୟକ୍ତିର ଖରାପ୍ ପ୍ରଭାବ ଆପଣଙ୍କ ଉପରେ ପଡିପାରେ ।
କପଡ଼ା : ଅନ୍ୟର କପଡ଼ା ପିନ୍ଧିବା ଅନୁଚିତ୍ ଅଟେ । ଏହା ଦ୍ବାରା ଆପଣଙ୍କ ଉପରେ ଖରାପ୍ ପ୍ରଭାବ ପଡିପାରେ ।