ଅପରାଧ

ଭଉଣୀର ପ୍ରେମ ବିବାହକୁ ବିରୋଧ କରି ଭିଣେଇଙ୍କୁ ହାଣି ହତ୍ୟା – Ibnodisha

[ad_1]

ହରିୟାଣା : ସହି ପାରିଲେନି ଭଉଣୀର ପ୍ରେମ ବିବାହ। ରାଗିଗଲେ ଭାଇ। ରାଗରେ ନିଜ ଭିଣେଇକୁ ହାଣି ହତ୍ୟା କଲେ। ଏଭଳି ଏକ ଅନର୍‌କିଲିଂ ଘଟଣା ଘଟିଛି ହରିୟାଣାରେ। ହରିୟାଣାର ଯମୁନାନଗରରେ ନିଜ ଭଉଣୀର ପ୍ରେମ ବିବାହକୁ ବିରୋଧ କରି ତାଙ୍କ ଭାଇମାନେ ଭିଣେଇଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତ ବ୍ୟକ୍ତି ଜଣକ ଅଭିଷେକ ବୋଲି ପୁଲିସ ଚିହ୍ନଟ କରିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଭିଷେକ ଏବଂ ରିଷୁ ପରସ୍ପରକୁ ଭଲ ପାଉଥିଲେ। ଉଭୟ ଏକ ବର୍ଷ ପୂର୍ବେ ବିବାହ କରିଥିଲେ। ହେଲେ ଏମାନଙ୍କ ବିବାହକୁ କିନ୍ତୁ ପରିବାର ଲୋକେ ବିରୋଧ କରୁଥିଲେ। ବିଶେଷ କରି ରିଷୁଙ୍କ ଭାଇମାନେ ଏହି ବିବାହକୁ ଗ୍ରହଣ କରୁନଥିଲେ। ଗତ ଏକ ବର୍ଷ ହେଲା ରିଷୁ ଓ ଅଭିଷେକ ଜିରକପୁରରେ ରହୁଥିଲେ। ତେବେ ରବିବାର ଦିନ ଅଭିଷେକ ନିଜର ଜଣେ ସମ୍ପର୍କୀୟଙ୍କ ବିବାହ ସମାରୋହରେ ଯୋଗ ଦେବା ପାଇଁ ଯମୁନାନଗର ଆସିଥିଲେ। ରିଷୁର ଭାଇମାନେ ଅଭିଷେକ ଆସିଥିବା ଜାଣିବା ପରେ ନିଜର କିଛି ସାଙ୍ଗମାନଙ୍କ ସହ ମିଶି ତାଙ୍କୁ ଭେଟିବାକୁ ଯାଇଥିଲେ। ଏହାପରେ ଅଭିଷେକଙ୍କ ଉପରେ ସେମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର କିଛି ସାଙ୍ଗମାନେ ଗୁରୁତର ଆହତ ହୋଇଛନ୍ତି।

ଏହି ମାମଲାରେ ଯମୁନାନଗର ସିଟି SHO ଜଗଦୀଶ ଚନ୍ଦ୍ର କହିଛନ୍ତି ଯେ ରିଷୁଙ୍କ ଭାଇ ତାଙ୍କ ବିବାହକୁ ବିରୋଧ କରୁଥିଲେ ବୋଲି ତଦନ୍ତରୁ ଜଣାପଡିଛି। ପୋଲିସ ବର୍ତ୍ତମାନ ଏହି ମାମଲାର ଯାଞ୍ଚ ଜାରି ରଖିଛି। ଯଦି ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ସାମ୍ନାକୁ ଆସେ, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button