ଦେଶ

୫୧ ବର୍ଷରେ ପାଦ ଥାପିଲେ କ୍ରିକେଟର ଭଗବାନ ସଚିନ – Ibnodisha

[ad_1]

ନୂଆଦିଲ୍ଲୀ : ୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି। ସୋସିଆଲ ମଡିଆରେ ବହୁ ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକର। ସେ ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ବିଶ୍ୱର ସବୁଠାରୁ ଅଧିକ ରନ କରିଥିବା କ୍ରିକେଟର ଥିଲେ। ୧୯୮୯ରେ ସଚିନ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ୧୬ ବର୍ଷ ବୟସରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ କ୍ରିକେଟ୍‌ କ୍ୟାରିୟର ମଧ୍ୟରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଦେଶ ପାଇଁ ଗର୍ବ ଆଣିବା ସହିତ ଦେଶକୁ ଏକ ସ୍ୱତନ୍ତ୍ର ସ୍ଥାନରେ ପହଞ୍ଚାଇ ଥିଲେ ସଚିନ। ଅନ୍ତର୍ଜାତୀୟ କ୍ରିକେଟରେ ଶତକ ପରେ ଶତକ ମାରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର। ଭାରତ ତଥା ବିଶ୍ୱ କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୨୦୧୪ରେ ଭାରତରତ୍ନ ସମ୍ମାନ ଦିଆଯାଇଛି। ଭାରତରତ୍ନ ପାଇବାଥିବା ସେ ହେଉଛନ୍ତି ଭାରତର ପ୍ରଥମ ଖେଳାଳି। ତେବେ ଆଜି ୫୧ ବର୍ଷ ବୟସରେ ସଚିନ ପାଦ ରଖିଥିବା ବେଳେ ଜନ୍ମଦିନ ଅବସରରେ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button