ଅଭାବନୀୟ ଘଟଣା: ପୋଲିସ ଭ୍ୟାନ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ – Ibnodisha

[ad_1]
ହରିୟାଣା : ଅଭାବନୀୟ ଘଟଣା । ପୋଲିସ ଭ୍ୟାନ୍ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ହରିୟାଣାରେ ଘଟିଛି । ଅଭିଯୋଗ ହୋଇଛି ଯେ ମହିଳା କଏଦୀ ଯେଉଁ ଗାଡିରେ ଥିଲେ ସେହି ଗାଡ଼ିରେ ଥିବା ଅନ୍ୟ ଦୁଇଜଣ କଏଦୀ ତାଙ୍କୁ ଦୁଷ୍କମ କରିଥିଲେ । ଏହି ମାମଲାରେ ପୋଲିସ ଉଭୟ କଏଦୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ତେବେ ଏହି ଘଟଣା ଘଟିବା ସମୟରେ କଣ କରୁଥିଲେ ପୋଲିସ ?
କେମିତି ପୋଲିସ ଭ୍ୟାନ୍ ଭିତିରେ କଲେ ଦୁଷ୍କର୍ମ କିପରି ସୁରକ୍ଷାକୁ ଭେଦ କରି କଲେ ଏତେ ବଡ଼ କାଣ୍ଡ? ଏଭଳି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ଏଭଳି ଘଟଣାକୁ ନେଇ ପୋଲିସ କାଠଗଡ଼ାରେ ଠିଆ ହୋଇଛି । ଡ୍ରଗ୍ସ ଚୋରା ଚାଲାଣ ମାମଲାରେ ଦଣ୍ଡ ଭୋଗୁଥିବା ମହିଳା କଏଦୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପିଜିଆଇରେ ଚିକିତ୍ସା କରାଯାଉଥିଲା ଓ ଚିକିତ୍ସା ପାଇଁ ୨୦ ଫେବୃଆରୀରେ ତାଙ୍କୁ କଏଦୀ ଗାଡିରେ ନିଆଯାଇଥିଲା ।
ମହିଳାଙ୍କ କହିବାନୁସାରେ, ଗାଡିରେ ମନୀଷ ଏବଂ ସତୀଶ ନାମକ ଅନ୍ୟ ଦୁଇଜଣ କଏଦୀ ଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ସୁରକ୍ଷା କର୍ମୀମାନେ ଗାଡିଟିକୁ ପିଜିଆଇ ହସ୍ପିଟାଲରେ ପାର୍କିଂ କରି କାଗଜପତ୍ର ଯାଞ୍ଚ କରୁଥିଲେ, ସେତେବେଳେ ଦୁଇ ସହଯୋଗୀ କଏଦୀ ଥଣ୍ଡା ପାନୀୟରେ ମଦ ମିଶାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ସୁଖବୀର କହିଛନ୍ତି ଯେ ମହିଳା କଏଦୀଙ୍କ ଅଭିଯୋଗ ଆଧାରରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି । ସେ କହିଛନ୍ତି ଯେ ଘଟଣା ସ୍ଥଳ ପିଜିଆଇ ହୋଇଥିବାରୁ ‘ଜିରୋ ଏଫ୍ଆଇଆର’ ପଞ୍ଜୀକୃତ ହୋଇଥିଲା ଏବଂ ମାମଲା ରୋହତକ ପୋଲିସକୁ ଯାଞ୍ଚ ପାଇଁ ପଠାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି ।
[ad_2]