IBN ଓଡ଼ିଶା ବ୍ୟୁରୋ

ପାରିବାରିକ ଯୁଦ୍ଧରୁ ରାଜନୈତିକ ଯୁଦ୍ଧ – Ibnodisha

[ad_1]

Story by Padmaja Pattanaik : ପରିବାରରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତମାନ ରାଜନୈତିକ ଯୁଦ୍ଧ ମୈଦାନ ରେ ପରିଣତ ହୋଇଛି l ଯାହା ଓଡ଼ିଶାର ରାଜନୀତି କୁ ସରଗରମ କରିଛି l ଆମେ କହୁଚୁ  ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ କଥା , ବର୍ତମାନ ଏହି ଦୁଇ ଓଲିଉଡ଼ ଷ୍ଟାର ନିର୍ବାଚନ ଲଢେଇରେ ହୋଇଛନ୍ତି  ସମ୍ନାସାମ୍ନି l ପୂର୍ବରୁ  ଦୁଇ ଷ୍ଟାର କେବେ ଥିଲେ ଗୋଟିଏ ଦଳର, କିନ୍ତୁ ବର୍ତମାନ ହୋଇ ଯାଇଛନ୍ତି ବିରୋଧୀ l କେବେ ବିଜେଡି ପାଇଁ ରାତିଦିନ ଏକାଠି କରି ପ୍ରଚାର କାର୍ଯ୍ୟରେ ଲାଗି ପଡ଼ିଥିଲେ ଉଭୟ l

କିନ୍ତୁ ବର୍ତମାନ ଉଭୟଙ୍କ ବ୍ୟକ୍ତିଗତ ଠିକଣା ପୃଥକ ଓ ଦଳ ମଧ୍ୟ ପୃଥକ l  ପରିବାର ପରେ ଏବେ ପଲିଟିକାଲ ଲଢେଇରେ ଦୁଇ ଷ୍ଟାର ସମ୍ନାସାମ୍ନି l  ରାଜ୍ୟର ଦୁଇଟି ପ୍ରମୁଖ ଦଳ ବିଜେଡି ଓ ବିଜେପି ରେ ସାମିଲ ହୋଇଛନ୍ତି ଓଲିଉଡ଼ ର ଏହି ଦୁଇ ଚର୍ଚିତ ଚେହେରା , ବିଜେଡି ରେ ବର୍ଷା ସାମିଲ ହୋଇଥିବା ବେଳେ ବିଜେପି ହାତ ବଢ଼ାଇଛି ଅନୁଭବ ଙ୍କ ଆଡକୁ  l ଯାହାକୁ ନେଇ ରାଜ୍ୟ ରାଜନୀତି ରେ ଚର୍ଚା ଜୋର l ଅପ୍ରେଲ  ୧୮ ତାରିଖ ଗୁରୁବାର ଦିନ  ବର୍ଷା ପ୍ରିୟଦର୍ଶିନୀ ବିଜେଡି ରେ ଯୋଗ ଦେଇଥିଲେ, ଏବଂ ଏହାର କିଛିଦିନ ପୂର୍ବରୁ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ l

ବର୍ତମାନ ଯାଜପୁର ଜିଲ୍ଲା ବଡ଼ଚଣା ରୁ ବର୍ଷା ଙ୍କୁ ମିଳି ସାରିଛି ବିଧାନସଭା ଟିକେଟ l ଏବେ ଚର୍ଚା ହେଉଛି ଅନୁଭବ ଆଉ ବିଧାନ ସଭା ନିର୍ବାଚନ ଲଢ଼ିବିବାକୁ ଚାହୁଁ ନାହାନ୍ତି l କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରୀ ବିଜେପି ପାର୍ଥି ହେବା ପରେ ଅନୁଭବ କଟକ ବାରବାଟୀ କିମ୍ବା ସାଲେପୁର ରୁ ପାର୍ଥି ହୋଇ ପାରନ୍ତି ବୋଲି ଶୁଣିବାକୁ ମିଳୁଛି l ବର୍ତମାନ ଅନୁଭବ ବିଜେପି ର ଷ୍ଟାର କ୍ୟାମ୍ପେନର ଭାବରେ ମୈଦାନ କୁ ଓହ୍ଲାଇବେ, ଅନ୍ୟପଟ ରେ ବର୍ଷା ହେବେ ବିଜେଡି ର ଷ୍ଟାର ପ୍ରଚାରକ l

ପାରିବାରିକ ବିବାଦ ରେ ଛନ୍ଦି ହୋଇ ପରସ୍ପର ର ବିରୋଧୀ ପାଲଟି ଯାଇଥିବା ଅନୁଭବ – ବର୍ଷା ଏବେ ରାଜନୀତି ମୈଦାନ ରେ ମଧ୍ୟ ବିଜୟ ହାସଲ କରିବା ପାଇଁ କରିବେ ଆପ୍ରାଣ ଚେଷ୍ଟା  l ୨୦୧୯ ନିର୍ବାଚନ ରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ବିଜୟ ଲାଭ କରିଥିଲେ  ଅନୁଭବ, ଏବଂ ସେହି ସମୟରେ ବର୍ଷା ଅନୁଭବ ଙ୍କ ପାଇଁ ଷ୍ଟାର କ୍ୟାମ୍ପେନର ଭାବରେ ରାଜନୀତି ମୈଦାନ କୁ ଓଲ୍ହାଇ ଥିଲେ l ୨୦୧୯ ରେ ଅନୁଭବ ବିଜୟ ହାସଲ ମଧ୍ୟ କରିଥିଲେ l ପରବର୍ତୀ ସମୟ ରେ ବର୍ଷା ଅନୁଭବ ଙ୍କ ମଧ୍ୟରେ ପାରିବାରିକ କଳହ ଦେଖା ଦେଇଥିଲା ଏବଂ ଏହାପରେ ବିଜେଡି ଅନୁଭବ ଙ୍କ ନିକଟରୁ ଦୂରତା ବଜାୟ ରଖିଲା , ସେତେବେଳେ ବର୍ଷl ଉପ ନିର୍ବାଚନ ଏବଂ ପଂଚାୟତ ନିର୍ବାଚନ ରେ ବିଜେଡି ଷ୍ଟାର କ୍ୟାମ୍ପେନର ସାଜି ପ୍ରଚାର ମୈଦାନ କୁ ଓହ୍ଲାଇଥିଲେ l

୨୦୨୪ ରେ ଦୃଶ୍ୟପଟ କିନ୍ତୁ ସମ୍ପୂର୍ଣ ବଦଳି ଯାଇଛି l ରିଅଲ ଲାଇଫ ରେ ଅନୁଭବ-ବର୍ଷା ସମ୍ପର୍କ ର ପୂର୍ଣ୍ଣଛେଦ ପଡି ସାରିଛି, ରିଲ ଲାଇଫ ମଧ୍ୟ କ୍ଲୋଜ l ଓଡିଶା ବାସୀଙ୍କର ବର୍ତମାନ ଅପେକ୍ଷା ରହିଛି ରାଜନୀତି ମୈଦାନ ରେ ଦୁହେଁ କିପରି ନିଜକୁ ଉପସ୍ଥାପିତ କରିବେ l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button