ଗାଧୁଆ ନା ଅଗାଧୁଆ ଫୁଲ ତୋଳିବେ ? କେଉଁ ଫୁଲ ପ୍ରଭୁଙ୍କୁ ସମର୍ପଣ କରିବା ଅନୁଚିତ : ଜାଣନ୍ତୁ ଫୁଲ ତୋଳିବାର ସଠିକ ନିୟମ
ବନ୍ଧୁଗଣ ଭଗବାନଙ୍କ ପୂଜା ସମୟରେ ଆମେ ଫୁଲ, ଫଳ ଆଦି ନୈବେଦ୍ୟ ଭଗବାନଙ୍କୁ ଅର୍ପଣ କରିଥାଉ । ହେଲେ ତାହା ସମସ୍ତ ଅର୍ପଣ ସମୟରେ ଯଦି ଆମେ କିଛି ବିଶେଷ ନୀତିନିୟମର ପାଳନ କରି କରିବୁ । ତେବେ ତାହାର ଉଚିତ ଫଳ ଆମକୁ ପ୍ରାପ୍ତ ହୋଇଥାଏ । ନଚେତ ଭଗବାନଙ୍କ କୃପା ମିଳିବା ବଦଳରେ ବ୍ୟକ୍ତିର ଅନର୍ଥ ଘଟିଥାଏ । ଆମର ପୂଜା ବ୍ୟର୍ଥ ଯାଇଥାଏ । ତେଣୁ ବନ୍ଧୁଗଣ ଫୁଲ ତୋଳିବାର ସଠିକ ନିୟମ ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ବନ୍ଧୁଗଣ ଫୁଲକୁ ଅଗାଧୁଆରେ ତୋଳିବା ଉଚିତ ବୋଲି ଅନେକ ମୁନିରୁଷିଙ୍କର ମତ ରହିଥାଏ । ତେବେ ଅପର ପକ୍ଷରେ ଅନେକ କହନ୍ତି, ଯେ ଫୁଲକୁ ଗାଧୋଇ ତୋଳିବା ଉଚିତ । ତେବେ ଆଜି ଏଠାରେ କହିବା ପାଇଁ ଚାହିଁବୁ । ସ୍ନାନ କରି ହେଉ ଅବା ସ୍ନାନ ନ କରି ଯେଉଁ ପ୍ରକାରେ ମଧ୍ୟ ଫୁଲକୁ ତୋଳନ୍ତୁ । ହେଲେ ଫୁଲ ତୋଳିବା ସମୟରେ କିଛି ବିଶେଷ ନିୟମ ଉପରେ ଧ୍ୟାନ ରଖି ଫୁଲ ତୋଳିବାକୁ ପଡିଥାଏ । ଯାହା ଦ୍ଵାରା ସେହି ଫୁଲକୁ ଭଗବାନ ଶ୍ରଦ୍ଧା ସହକାରେ ଗ୍ରହଣ କରିଥାନ୍ତି ।
ଯାହା ଦ୍ଵାରା ଆମ ଦ୍ଵାରା କରାଯାଇଥିବା ପୂଜା ସାର୍ଥକ ହୋଇଥାଏ । 1- ଶାସ୍ତ୍ରର ନିୟମ ଅନୁଯାଇ ଫୁଲକୁ କେବେ ମଧ୍ୟ କାହା ଘର କିମ୍ବା ବାଡିରୁ ଚୋରୀ କରି ଆଣିବା ଉଚିତ ନୁହେଁ । ତେଣୁ ଯେଉଁ ବ୍ୟକ୍ତିଙ୍କ ଘରେ ଫୁଲର ଗଛ ନଥାଏ । ସେମାନେ ଯାହା ଗଛରୁ ଫୁଲ ଆଣିବାର ଥିବ । ସେହି ଗଛ ଥିବା ଘରର ମାଲିକଙ୍କୁ ପଚାରି ଫୁଲ ଆଣିବା ଉଚିତ । ନଚେତ ଫୁଲ ତୋଳିବା ସମୟରେ ଫୁଲ ଗଛକୁ କ୍ଷମା ମାଗି ତାହାକୁ ପ୍ରଣାମ କରି କିଛି ଫୁଲ ଆଣି ପୂଜା କରାଯାଇଥାଏ ।
2- ଫୁଲ ତୋଳିବା ସମୟରେ ଶରୀରରେ ତେଲ ଲଗାଇ ଫୁଲ ତୋଳିବା ଅନୁଚିତ । ତେଣୁ ଏପରି କାର୍ଯ୍ୟରୁ ନିଜକୁ ନିବୃତ୍ତ ରଖନ୍ତୁ । 3- ଅନେକ ଲୋକ ଫୁଲ ତୋଳିବା ସମୟରେ ପାଦରେ ଚପଲ ପିନ୍ଧି ଫୁଲ ତୋଳିଥାନ୍ତି । ହେଲେ ଚପଲ କି ଜୋତା ଆଦି ନପିନ୍ଧିକି ହିଁ ଫୁଲ ତୋଳିବାର ନିୟମ ଅଛି ।
4- ସ୍ନାନ ନକରି ଫୁଲ ତୋଳିବାର ନିୟମ ଶାସ୍ତ୍ରରେ ରହିଛି । ହେଲେ ଫୁଲ ତୋଳିବାକୁ ଯିବା ପୂର୍ବରୁ ହାତ, ଗୋଡ ମୁହଁ ଆଦି ଧୋଇ ଫୁଲ ତୋଳିବା ଉଚିତ । ଗତ କାଲି ରଖିଥିବା ଫୁଲ କି କଢକୁ ତା’ ର ଗୋଟେ ଦିନ ପରେ ପୂଜା କରିବା ଅନୁଚିତ । କାରଣ ଗୋଟେ ଦିନ ପରେ ଫୁଲ ବାସି ହୋଇଯାଇଥାଏ । କେବଳ ପଦ୍ମଫୁଲ ଓ ସ୍ଵର୍ଣ୍ଣଚମ୍ପା ଫୁଲକୁ ଆଜି ତୋଳି ମଧ୍ୟ କାଲି ପୂଜା କରିପାରିବେ ।