IBN ଓଡ଼ିଶା ବ୍ୟୁରୋ

କେଉଁ ବାରରେ ଜନ୍ମିତ ପିଲା କିଭଳି ସ୍ଵଭାବ ବିଶିଷ୍ଟ ହୋଇଥାନ୍ତି ? ବାରରୁ ଜାଣନ୍ତୁ ନିଜର ଜନ୍ମ ଭବିଷ୍ୟତ

ବନ୍ଧୁଗଣ ସପ୍ତାହର 7 ଟି ବାର ମଧ୍ୟରେ ଯେଉଁ ବାରରେ ଯେଉଁ ପିଲା ଜନ୍ମ ହୋଇଥାନ୍ତି । ସେହି ବାରର ପ୍ରଭାବ ସେହି ପିଲା ଉପରେ ପଡିଥାଏ । କେଉଁ ବାରରେ ଜନ୍ମ ହେଲେ ? ସେହି ପିଲା ଠାରେ କେଉଁ ସବୁ ସ୍ଵଭାବ ଦେଖିବାକୁ ମିଳିଥାଏ । ସେହି ସବୁ ସମ୍ପର୍କରେ ଚାଲନ୍ତୁ ଏଠାରେ ଆଲୋଚନା କରିବା । ରବିବାର- ରବିବାରକୁ ଜନ୍ମ ହେଇଥିବା ପିଲା ତେଜସ୍ବୀ, ବୁଦ୍ଧିମାନ ବିଚକ୍ଷଣ ଓ ଅସ୍ଥିର ସ୍ଵଭାବର ଅଟନ୍ତି । ଏହି ବାରର ପୁଅ ହେଉ ଅବା ଝିଅ ସେମାନେ ଧାର୍ମିକ ଗୁଣ ସେମାନଙ୍କ ଠାରେ ରହିଥାଏ । ଏଆନେ ଯେଉଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥାନ୍ତି । ତାହାକୁ ଶେଷ କରିକି ଯାଇ ଛାଡିଥାନ୍ତି ।

ସୋମବାର;- ଏହି ବାରର ପିଲା ଧର୍ଯ୍ୟବନ୍ତ, ସ୍ତିରବନ୍ତା, ବହୁ ଗୁଣ ବିଶିଷ୍ଠ, ବିଚାରବନ୍ତ, ନ୍ୟାୟବନ୍ତ ଓ ବୁଦ୍ଧିବିଦ୍ୟାରେ ଜ୍ଞାନୀ ଅଟନ୍ତି । ଏମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି । ଏହି ବାରରେ ଜନ୍ମିତ ପିଲା ମାନେ ଅନ୍ୟର ସାହାଜ୍ଯ କରିବାରେ କେବେ ପଛଘୁଞ୍ଚା ଦେଇନଥାନ୍ତି ।

ମଙ୍ଗଳବାର;- ଏହି ବାରର ଜନ୍ମିତ ପିଲା ମାନେ ନିଜର ଅସ୍ଥିର ସ୍ଵଭାବ ଯୋଗୁ ସବୁ କାର୍ଯ୍ୟକୁ ଅଧାରେ ଛାଡିଦେଇଥାନ୍ତି । ହେଲେ ବିଳମ୍ବ କରି ହେଉ ପଛେ କାର୍ଯ୍ୟକୁ ପୂରଣ ମଧ୍ୟ କରିଥାନ୍ତି । ଜିଦଖୋର ମନୋଭାବ ରହିଥାଏ ।

ବୁଧବାର;- ବୁଧବାରରେ ଜନ୍ମିତ ପିଲା ମାନେ ବହୁତ ଚାଲାକ ଓ ବୁଦ୍ଧିବାନ ହୋଇଥାନ୍ତି । କମ୍ପୁଟର ଭଳି ଏମାନଙ୍କ ମୁଣ୍ଡ କାମ କରିଥାଏ । କୌଣସି ପରିସ୍ଥିତିରେ ବିଚଳିତ ନହୋଇ ଭଲ ଭାବରେ ମୁକାବିଲା କରିଥାନ୍ତି ।

ଗୁରୁବାର;- ଗୁରୁବାରରେ ଜନ୍ମିତ ପୁଅ ମାନେ ଗୁରୁ ଭାବେ ଅନେକ ସ୍ଥାନରେ ସମ୍ମାନ ପାଇଥାନ୍ତି । ଅନ୍ୟର ବୁଦ୍ଧିରେ ନଯାଇ ନିଜର ବୁଦ୍ଧିରେ ପରିଚାଳିତ ହୋଇଥାନ୍ତି । ଏହି ବାରରେ ଜନ୍ମିତ ଝିଅ ମାନେ ବହୁତ ଶୁଖିନୀ ଅଟନ୍ତି ।

ଶୁକ୍ରବାର;- ଶୁକ୍ରବାରରେ ଜନ୍ମିତ ପୁରୁଷ ଶୁକ୍ରଚାର୍ଯ୍ୟଙ୍କ ଭଳି କାମ ଦେଖାଇଥାନ୍ତି । କଳାବିଦ୍ୟାରେ ନିପୁଣ ଅଟନ୍ତି । ଏହି ବାରରେ ଜନ୍ମିତ ପିଲା ଅନ୍ୟକୁ କେବେବି କଷ୍ଟ ଦେବା କଥା ନିଜ ସ୍ଵପ୍ନରେ ମଧ୍ୟ ଆଣନ୍ତି ନାହିଁ । ତେଣୁ ଏମାନେ ଅନ୍ୟର ବହୁଲୋକ ପ୍ରିୟ ମଧ୍ୟ ହୋଇପାରନ୍ତି ।

ଶନିବାର;- ଏହି ବାରରେ ଜନ୍ମିତ ପିଲା ମାନେ ଅସ୍ଥିର, କାମ ଅଭିଳସୀ, ଶତ୍ରୁବାଦୀ, ବହୁତ ଜିଦଖୋର, ନିଜ ବୁଦ୍ଧିରେ ପରିଚାଳିତ ହେବା ଭଳି ଗୁ ଏମାନଙ୍କ ଠାରେ ରହିଥାଏ । ଏମାନେ ସବୁବେଳେ ବିଚଳିତ ହୋଇକି ରହିଥାନ୍ତି । ଏହି ବାରର ଜନ୍ମିତ ପିଲା ଭଲ ପାଇଁ ଯେତିକି ଭଲ ହୋଇଥାନ୍ତି । ଖରାପ ଲୋକଙ୍କ ପାଇଁ ସେତିକି ଖରାପ ମଧ୍ୟ ପାଲଟିଯାଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button