ରାଜ୍ୟ

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର – Ibnodisha

[ad_1]

 ମୟୂରଭଞ୍ଜ : ଚୋରା ପ୍ରେମର କରୁଣ ପରିଣତି। ସମର୍ଥନ ନ ପାଇ ହତାଶ ପ୍ରେମିଯୁଗଳ ନେଲେ ଚରମ ନିଷ୍ପତ୍ତି। ଗଛ ଡାଳରେ ଝୁଲି ଉଭୟ ନିଜକୁ ଶେଷ କରିଦେଇ ତାଙ୍କର ପ୍ରେମକୁ ସତ କରିଦେଲେ । ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତରେ। ଏଠାରେ ଥିବା ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ। ସକାଳେ ସ୍ଥାନୀୟ ଗ୍ରାମବାସୀ ଦେଖି ପୁଲିସକୁ ଖବର ଦେଇଥିଲେ। ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିଯୁଗଳଙ୍କ ମୃତଦେହ ଉଦ୍ଧାର କରି ଜବତ କରିଥିଲେ। ମୃତକ ଦ୍ବୟ ହେଲେ ସେହି ଗ୍ରାମର ସାଲଖାନ ମାରାଣ୍ଡି(୧୪) ଓ ମୁନୀ ମୁଖି(୧୮) ବୋଲି ଜଣାପଡିଛି । ତେବେ ଉଭୟ ପ୍ରେମିକ ଓ ପ୍ରେମିକା ଭିନ୍ନ ଭିନ୍ନ ଜାତିର ତଥା ବୟସ ତାରତମ୍ୟ ଏକ ବିଫଳ ପ୍ରେମର କରୁଣ ପରିଣତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଘଟଣାକୁନେଇ ପୁଲିସ ପୃଥକ ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଦୁଇଟି ବ୍ୟବଛେଦ ପାଇଁ ପଠାଇ ପୁଲିସ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ବର୍ତ୍ତମାନର ପରିବର୍ତ୍ତନଶିଳ ସମାଜରେ ଜାତିଯୌତୁକ ଶୂନ୍ୟ ବିବାହକୁ ବିରୋଧ କରିବା ବଦଳରେ ଉତ୍ସ୍ୟାହିତ କରିବାର ଆବଶ୍ୟକତାକୁ ବିଚାରକୁନେଇ ଅଭିଭାବକମାନେ ଚିନ୍ତା କରିବାର ସମୟ ଆସିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button