ଅପରାଧ

ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲା ଝିଅ – Ibnodisha

[ad_1]

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଧଳପଡ଼ା ପଞ୍ଚାୟତ ବ୍ରାହ୍ମଣ ଖଣ୍ଟଖୋଲ ଗ୍ରାମର ଜଣେ ମାନସିକ ବିକୃତ ମହିଳାଙ୍କ ମାଡ଼ରେ ତାଙ୍କର ୮୫ବର୍ଷୀୟ ମା’ଙ୍କର ମୃତଭତ୍କ ହୋଇଛି । ମୃତ ମହିଳା ହେଲେ ଦୁର୍ଗାବତୀ ଦାସ( ୮୫) । ଅଭିଯୁକ୍ତା ଆଶାଲତା ଦାସ(୫୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ସୂଚନା ଅନୁସାରେ ସ୍ୱର୍ଗତଃ ବିଭୂତି ଭୂଷଣ ଦାସଙ୍କ ସ୍ତ୍ରୀ ଦୁର୍ଗାବତୀ ଦାସଙ୍କ ସହିତ ତାଙ୍କ ସ୍ୱାମୀ ପରିତ୍ୟକ୍ତା ଝିଅ ଆଶାଲତା ଦାସ(୫୫)ଅମିଶ୍ରଙ୍କ ମଧ୍ୟରେ କେଚ୍ଚଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ମା’ଙ୍କ ସହ ଆଶାଲତା ବହୁ ବାର କଳି କରୁଥିଲେ । ଆଜି ପୂର୍ବାହ୍ନରେ ମା’ ସହ କଳି ହେବାରୁ କାଠ କବାଟର ଡିକିରାକୁ ଭିଡ଼ି ଆଣି ଲଗାତାର ପିଟି ଚାଲିଥିଲେ । ଏଥିରେ ଦୁର୍ଗାବତୀଙ୍କର ମୃତ୍ୟୁହୋଇଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ଆଶାଲତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ସୂଚନାଯୋଗ୍ୟ, ସ୍ୱର୍ଗତଃ ବିଭୂତି ଭୂଷଣ ଦାସଙ୍କ ୫ଜଣ ଝିଅ ଓ ଗୋଟିଏ ପୁଅ । ସମସ୍ତେ ବିବାହିତ । ଚତୁର୍ଥ ଝିଅ ଆଶାଲତା ଢେଙ୍କାନାଳ ସଦରରେ ୩୦ ବର୍ଷ ପୂର୍ବରୁ ବିବାହ କରିଥିଲେ । କିନ୍ତୁ ସେ ବିବାହର ୬ ମାସ ମଧ୍ୟରେ ସ୍ୱାମୀ ଘରୁ ଚାଲିଆସି ବାପ ଘର ବ୍ରାହ୍ମଣଖଣ୍ଟଖୋଲରେ ରହିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button