ଅପରାଧ

ପତ୍ନୀହନ୍ତାକୁ ଆଜୀବନ ସଜା – Ibnodisha

[ad_1]

ଭୁବନେଶ୍ୱର: ଏକ ହତ୍ୟା ମାମଲାର ସଜା ଶୁଣାଇଛନ୍ତି ଭୁବନେଶ୍ୱର ଅତିରିକ୍ତ ସେସନ୍ସ ଜଜ୍‌-୨ର ବିଚାରପତି ଶ୍ରୀମତୀ ବନ୍ଦନା କର । ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସହୀଦନଗର ଥାନା ଅଞ୍ଚଳରେ ରହୁଥିବା ଆସାମୀ ରାଜେନ୍ଦ୍ର ମୁଖୀକୁ ଆଜୀବନ ସଜା ଶୁଣାଇଛି କୋର୍ଟ । ରାଜେନ୍ଦ୍ର ମୁଖୀ ନିଜ ପରିବାର ସହ କନ୍ଧମାଳ ଜିଲ୍ଲାରୁ ଆସି ସହୀଦନଗରର ବିର୍ସାମୁଣ୍ଡା ବସ୍ତିରେ ଘର ଭଡା ନେଇ ରହିବା ସହିତ ଦିନ ମଜୁରିଆ ହିସାବରେ କାମ କରୁଥିଲେ ।

ଗତ ୨୦୨୦ ମସିହା ସେପ୍ଟେମ୍ବର ୨୦ ତାରିଖ ରାତି ୧୦ ଟା ସମୟରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା ଓ ଏହି ଝଗଡ଼ାକୁ କେନ୍ଦ୍ରକରି ଅଭିଯୁକ୍ତ ଜଣକ ଉତ୍ତ୍ୟକ୍ତ ହୋଇ ଏକ ତୀକ୍ଷଣ ଛୁରୀ ସାହାଯ୍ୟରେ ତାଙ୍କ ପତ୍ନୀଙ୍କ ପେଟକୁ ଭୁସି ଦେଇଥିଲେ । ଏହି ଆକ୍ରମଣ ଯୋଗୁଁ ସ୍ତ୍ରୀଙ୍କ ଶରୀରରେ ଗୁରୁତର ଆଘାତ ଲାଗିବା ସହିତ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ସେ ଯନ୍ତ୍ରଣାରେ ଛଟପଟ ହେବ ସହିତ ବଞ୍ଚାଇବା ଲାଗି ପାଟି କରିଥିଲେ । ଅଭିଯୋଗକାରିଣୀ ତଥା ରାଜେନ୍ଦ୍ର ମୁଖୀଙ୍କ ଝିଅ ପଡ଼ୋଶୀଙ୍କ ସହାୟତାରେ ନିଜ ମାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ସେଠାରେ ଚିକିତ୍ସା ପରେ ଉଭୟ ଘରକୁ ଫେରିଆସିଥିଲେ । କିନ୍ତୁ ସେହି ମାସ ୨୬ ତାରିଖ ରାତି ୧୨ ଟା ସମୟରେ ତାଙ୍କ ମା ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ସେଠାରେ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ କଟକ ବଡମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ରହି ଚିକିତ୍ସିତ ହେଉଥିବା ଅବସ୍ଥାରେ ୨୮ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଭିତ୍ତିରେ ସହୀଦନଗର ଥାନା କେସ ନଂ- ୪୧୬/୨୦୨୦ ଭାରତୀୟ ପିଙ୍ଗଳ କୋଡ୍ ଦଫା- ୩୦୨ ରେ ଏକ ମାମଲା ରୁଜୁ କରି ରାଜେନ୍ଦ୍ର ମୁଖୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଉକ୍ତ ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୧ ଜଣ ସାକ୍ଷୀଙ୍କ ବୟାନ ଓ ବିଭିନ୍ନ ଦସ୍ତାବିଜକୁ ଆଧାର କରି ଅଭିଯୁକ୍ତ ରାଜେନ୍ଦ୍ର ମୁଖୀକୁ ଆଜୀବନ କାରାଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଓ ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଲାଗି ଆଦେଶ ଶୁଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button