ରାଜ୍ୟ

ଜଳୁଛି ସାରା ଓଡ଼ିଶା; ୪୩ ଡିଗ୍ରୀ ଉପରେ ରାଜ୍ୟର ୧୪ ସହର – Ibnodisha

[ad_1]

ଭୁବନେଶ୍ୱର:  ଆଜି ଅନୁଗୋଳରେ ସର୍ବାଧିକ ତାପମାତ୍ରା ୪୪.୭ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୪୪.୬ ଡିଗ୍ରି ଛୁଇଁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ଫଳରେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଓଡ଼ିଶାର କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରି ଅଧିକ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଶନିବାର ୪୩ ଡିଗ୍ରୀ ଉପରେ ରାଜ୍ୟର ୧୪ ସହର ରହିଥିବା ବେଳେସେଥିରୁ ୩୩ ସହରରେ ତାପମାତ୍ରା ୪୦ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି । ଚଳିତ ଗ୍ରୀଷ୍ମ ଋତୁରେ ଆଜି ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ୪୩.୬, ରାଉରକେଲାରେ ୪୨.୫, ଚାନ୍ଦବାଲିରେ ୪୨.୪ ଓ ସମ୍ବଲପୁରରେ ୪୨.୧ ଡିଗ୍ରି ରେକର୍ଡ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ପାଇଁ ବିଭିନ୍ନ ଅଞ୍ଚଳ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲାଗିପାରେ । ସେହିପରି ଦେବଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ରାୟଗଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ବରଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରାଯାଇଛି । ୨୯ରେ  ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବରଗଡ଼ ଓ ଦେବଗଡ଼ ଜିଲ୍ଲାରେ ସୋମବାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ଓ ପ୍ରବଳ ଆର୍ଦ୍ରତା ଲାଗି ରହିଥିବାରୁ ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ରାଜ୍ୟକୁ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରା ବୃଦ୍ଧି ପାଇଛି । ଏହି ସ୍ଥିତି ଆଗକୁ ଜାରିବା ସହ ଆହୁରି ଉଦ୍‌ବେଗ ହେବାକୁ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଜାରି କରିଛି । ସକାଳ ୧୧ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାରିପଦାରେ ୪୪.୨ ଡିଗ୍ରୀ, ବୌଦ୍ଧରେ ୪୩.୭ ଡିଗ୍ରୀ, ଢେଙ୍କାନାଳରେ ୪୩.୭ ଡିଗ୍ରୀ, ଭବାନୀପାଟଣାରେ ୪୩.୭ ଡିଗ୍ରୀ, ନୂଆପଡ଼ାରେ ୪୩.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ବଲାଙ୍ଗିରରେ ୪୩.୫ ଡିଗ୍ରୀ, ଯାଜପୁରରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୫ ଡିଗ୍ରୀ, ନୟାଗଡ଼ରେ ୪୩.୫ ଡିଗ୍ରୀ, କଟକରେ ୪୩.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୮ ଡିଗ୍ରୀ, ମାଲକାନଗିରିରେ ୪୨.୭ ଡିଗ୍ରୀ, ରାଉରକେଲାରେ ୪୨.୭ ଡିଗ୍ରୀ, ଜଗତସିଂହପୁରରେ ୪୨.୫ ଡିଗ୍ରୀ ଓ ଚାନ୍ଦବାଲିରେ ତାପମାତ୍ରା ୪୨.୪ ଡିଗ୍ରୀ ରେକର୍ଡ କରାଯାଇଛି ।ସେହିପରି ସମ୍ୱଲପୁରରେ ୪୨.୨ ଡିଗ୍ରୀ, ଭଦ୍ରକରେ ୪୨.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ସୋନପୁରରେ ୪୧.୮ ଡିଗ୍ରୀ, ବାଲେଶ୍ୱରରେ ୪୧.୭ ଡିଗ୍ରୀ,କେନ୍ଦୁଝରରେ ୪୧.୫ ଡିଗ୍ରୀ, ରାୟଗଡ଼ାରେ ୪୧.୪ ଡିଗ୍ରୀ, ଫୁଲବାଣୀରେ ୪୦.୮ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ଛତ୍ରପୁରରେ ୪୦ ଡିଗ୍ରୀ, ଦେବଗଡ଼ରେ ୪୦ ଡିଗ୍ରୀ, ନବରଙ୍ଗପୁରରେ ୩୯ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୮ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୪.୭ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button