ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି – Ibnodisha
[ad_1]
ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ସହ ଭିନ୍ନିଲ କ୍ରୀଷ୍ଣା ବିଳମ୍ବିତ ରାତିରେ କ’ଣ କରୁଥିଲେ?
ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରାଯାଉ
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବାରମ୍ବାର ନିୟମ ଭଙ୍ଗ ବିଷୟରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିବ
ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ନିର୍ବାଚନ ହାରିବାର ଭୟ
ଭୁବନେଶ୍ୱର : ବିଜେଡି ନେତା ଭୈରବ ପାଣ୍ଡିଆନ ଗତକାଲି ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱତନ୍ତ୍ର ସଚିବ ଭିନ୍ନିଲ କ୍ରିଷ୍ଣା ଉପସ୍ଥିତ ଥିଲେ । ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ଆହୁରି ଅନେକ ଅଧିକାରୀ ମଧ୍ୟ ସେଠାରେ ଥିବାର ଦେଖିବାକୁ ମିଳିଥିଲା । ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା ବେଳେ ବିଜେଡିର ଜଣେ ରାଜନୈତିକ ନେତାଙ୍କ ପାଖରେ ସରକାରୀ ଅଧିକାରୀ ରହିପାରିବେ କି? ଭିକେ ପାଣ୍ଡିଆନ କୌଣସି ନିର୍ବାଚିତ ଜନପ୍ରତିନିଧି ନୁହନ୍ତି । ତାଙ୍କ ଗସ୍ତ ବେଳେ କାହିଁକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ରହିଥିଲେ? ପ୍ରଶାସନିକ ଅଧିକାରୀ ଭିନ୍ନିଲ କ୍ରୀଷ୍ଣା ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଭିନ୍ନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରିବା ପାଇଁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସ୍ୱଗତଃ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଭଳି ଆଚରଣ କରୁଥିଲା ଯେମିତି ଆଜି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ କାର୍ଯ୍ୟାଳୟ କରୁଛି । ସମାନ ଆଚରଣ ବିଧି ଉଲଘଂନ ପାଇଁ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଦିନେ ଅସିଦ୍ଧ ହୋଇଥିଲା । ଯାହା ପରବର୍ତୀ ସମୟରେ ଦେଶକୁ ଜରୁରୀକାଳିନ ପରିସ୍ଥିତିର କଳାଦିନ ଦେଖାଇଥିଲା । ସେହି ଘଟଣାର ପୁନରାବୃତି ଓଡ଼ିଶାରେ ଏବେ ଦେଖିବାକୁ ମିଳୁଛି । କିଛି ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀମାନେ ଆଦର୍ଶ ଆଚରଣ ବିଧିର ଉଲଘଂନ କରି ମୁଖ୍ୟମନ୍ତ୍ରୀଙ୍କ ଅଫିସରକୁ ଉଲଗ୍ନ ଭାବରେ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ ଅଭ୍ୟାସରତ ଭାବରେ ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । କେଉଁଠି ନା କେଉଁଠି ନବୀନଙ୍କ ମନରେ ଡର ପସିଛି । ନିର୍ବାଚନ ପରାଜୟ ଆଶଙ୍କାରେ ମୁଖ୍ୟମନ୍ତ୍ରୀ ବାରମ୍ବାର ରାଜନୈତିକ କାମରେ ତାଙ୍କ ଦପ୍ତରକୁ ବ୍ୟବହାର କରୁଛନ୍ତି ।
ଜଣେ ଅଣଓଡ଼ିଆ ମୁଷ୍ଟିମେୟ ଅଧିକାରୀ ବିଗତ ଦିନରେ ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରି ନିଜକୁ ପ୍ରତିଷ୍ଠା କରିବା ପାଇଁ ମନ୍ଦ ଉପାୟ ଆଚରଣ ଆପଣାଇଛନ୍ତି । ଯାହାକୁ ସାରା ଓଡ଼ିଶାବାସୀ ଦେଖିଛନ୍ତି । ବିଜୁ ଜନତା ଦଳ ନିଜର ରାଜନୈତିକ ପ୍ରଚାର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ଭିକାରି ସଜାଇବାରେ ମଧ୍ୟ ପଛାଇନଥିଲା । ଅର୍ପଣ ରଥ ନାରେ ଜଗନ୍ନାଥଙ୍କୁ ଅସମ୍ମାନିତ କରିଥିଲା । ଓଡ଼ିଶାର ଲୋକ ଏଥର ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
[ad_2]