ରାଜନୀତି

ଜିଲ୍ଲାସ୍ତରରେ କଂଗ୍ରେସ ସେବାଦଳ ପକ୍ଷରୁ ପର୍ୟ୍ୟବେକ୍ଷକ ନିଯୁକ୍ତ – Ibnodisha

[ad_1]

ଭୁବନେଶ୍ବର : ପାଖେଇ ଆସୁଛି ସାଧାରଣ ନିର୍ବାଚନ । ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡୁଛି କଂଗ୍ରେସ । ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ନିଜର ପ୍ରସ୍ତୁତିକୁ ଜୋରଦାର କରିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ଏହାରି ମଧ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ସେବାଦଳ ପକ୍ଷରୁ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସାଧାରଣ ନିର୍ବାଚନ କାର୍ୟ୍ୟକୁ ଜିଲ୍ଲା ସ୍ତରରେ ସୁପରିଚାଳନା କରିବା ପାଇଁ, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ବରିଷ୍ଠ କାର୍ୟ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଡଃ ଆର୍ୟ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ଆଡଭୋକେଟ ଅଶୋକ କୁମାର ସିଂହ ଓ ଅଶୋକ ନାଥଙ୍କୁ ସେବାଦଳ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିବାବେଳେ ନୟାଗଡ଼ ପର୍ୟ୍ୟବେକ୍ଷକ ଭାବେ ଆଡଭୋକେଟ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ଆଡଭୋକେଟ ରମେଶ ଚନ୍ଦ୍ର ବରାଳ ଓ ମହମ୍ମଦ ଶାହାଦୁଲ୍ଲା (ଖୋର୍ଦ୍ଧା), ଦିଲ୍ଲିପ କୁମାର ପଣ୍ଡା (ନୂଆପଡ଼ା ଓ ବରଗଡ଼), ତୃପ୍ତି ଦାସ ଓ ଉଷାରାଣୀ ବେହେରା (କଟକ ସହର), ସ୍ବରୂପା ତ୍ରିପାଠୀ (ଗଞ୍ଜାମ-୨), ଆଡଭୋକେଟ ସମ୍ଭୁନାଥ ପାଣିଗ୍ରାହୀ (ଗଞ୍ଜମ-୧ ଓ ଗଜପତି), ଜ୍ୟୋତିଷ କୁମାର ସାହୁ ଓ କୁଳମଣି ସାହୁ (ଭୁବନେଶ୍ଵର), ବରୁଣ ରାଜ ଓ ପ୍ରତାପ ମଲ୍ଲିକ (କଟକ), ମୁନୁ ସରାଫ, ଭୀଷ୍ମଦେବ ସିଂହ ଓ ସମ୍ଭୁ ସିଂହ (ସୁନ୍ଦରଗଡ଼) ଓ ବିପିନ ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ସେବାଦଳ ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛି ପିସିସି । ସେହିଭଳି ବିନୋଦିନୀ ଦୀପ (ସମ୍ବଲପୁର), ଖଗେଶ୍ଵର ମଲ୍ଲିକ (ଯାଜପୁର), ରଞ୍ଜିତା ମଲ୍ଲିକ ଓ ବିନୋଦ କୁମାର ରାଉତ (ରାଉରକେଲା), ବୀରଭଦ୍ର ମହନ୍ତ (କେନ୍ଦୁଝର), ସୌମ୍ୟ ସଂଜୀବ ମିଶ୍ର (ଅନୁଗୁଳ), ସଂଜୀବ ନାୟକ (ଢେଙ୍କାନାଳ), ଅବିନାଶ ମିଶ୍ର ଓ ରମେଶ ମଲ୍ଲିକ (ପୁରୀ), ଅନୀଲ ଜୈନ (ରାୟଗଡ଼ା), ବାଲାଜୀ ମାଦଳା (କୋରାପୁଟ), ଉର୍ମିଳା ସାହୁ ଓ ସେଖ ଚାନ୍ଦ ଉସମାନୀ (ନବରଙ୍ଗପୁର), ଶ୍ୟାମଘନ ପ୍ରଧାନ (କନ୍ଧମାଳ), ଅସିତ ମିଶ୍ର (ବଲାଙ୍ଗୀର), ସନ୍ତୋଷ ପ୍ରଧାନ (ସୋନପୁର) ଓ କନିସ୍କ ରାଜହଂସ (ବୌଦ୍ଧ) ବିଭିନ୍ନ ଜିଲ୍ଲା ପାଇଁ ସେବାଦଳ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ପିସିସି ସେବାଦଳର ରାଜ୍ୟ ମୁଖପାତ୍ର ଭାବେ ଆଡଭୋକେଟ ଦୁଃଖିଶ୍ୟାମ ଦାସ ଓ ଇଂ ମାନସ ନାୟକଙ୍କୁ ଦାୟିତ୍ବ ମିଳିଥିବାବେଳେ ସାମାଜିକ ଗଣମାଧ୍ୟମ ଦାୟିତ୍ବରେ ବରୁଣ ରାଜ ଓ ଶ୍ରୀକାନ୍ତ ଦାଣ୍ଡିଆ କାର୍ୟ୍ୟ କରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button