ଦେଶ

ସମଲିଙ୍ଗୀ ସଂପର୍କ ରଖିଲେ ହେବ ଜେଲ – Ibnodisha

[ad_1]

ବାଗ୍‌ଦାଦ୍‌ : ଇରାକ ସଂସଦ ସମଲିଙ୍ଗୀ ସଂପର୍କ ତଥା ବିବାହକୁ ଅପରାଧ ଶ୍ରେଣୀରେ ସାମିଲ କରିଛି। ଏହି ଅପରାଧ ନିମନ୍ତେ ସର୍ବାଧିକ ୧୫ ବର୍ଷ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। ଇସଲାମୀୟ ଧାର୍ମିକ ମାନ୍ୟତା ଅନୁସାରେ ଓ ସମାଜର ସୁରକ୍ଷା ପାଇଁ ଏହି ଆଇନ ଲାଗୁ କରାଯାଇଛି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛି। ଅପରପକ୍ଷରେ ଏହାକୁ ଏଲ୍‌ଜିବିଟିକ୍ୟୁ ଗୋଷ୍ଠୀ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଏହା ସେମାନଙ୍କ ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂସଦରେ ଶନିବାର ଗୃହୀତ ହୋଇଥିବା ଆଇନକୁ ଦେଶର ସଂଖ୍ୟାବହୁଳ ସିହା ମୁସଲିମ୍ ସମ୍ପ୍ରଦାୟର ପ୍ରତିନିଧିଙ୍କ ସର୍ବାଧିକ ସମର୍ଥନ ମିଳିଥିଲା। ଗୃହୀତ ଆଇନରେ ଦର୍ଶାଯାଇଛି ଯେ ଇରାକୀ ସମାଜକୁ ନୈତିକ ସ୍ଖଳନରୁ ସୁରକ୍ଷା ଦେବା ଓ ବିଶ୍ବକୁ କବଳିତ କରିଥିବା ସମଲିଙ୍ଗୀ ଭାବଧାରାର ମୁକାବିଲା ନିମନ୍ତେ ଏହି ଆଇନ ଲାଗୁ କରାଯାଇଛି। ଏହି ଅପରାଧ ନିମନ୍ତେ ସର୍ବନିମ୍ନ ୧୦ ବର୍ଷ ଓ ସର୍ବାଧିକ ୧୫ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯିବ। ଏହାସହ ସମଲିଙ୍ଗୀ ଓ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିବିଶେଷ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ ହେବେ। ଆଇନରେ, ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାରକୁ ମଧ୍ୟ ଅପରାଧ ତାଲିକାଭୁକ୍ତ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button