ରାଜ୍ୟ

ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ – Ibnodisha

[ad_1]

ଯାଜପୁର : ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭୀମ ଆର୍ମି ଭାରତ ଏକତା ମିଶନ ପକ୍ଷରୁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତା ମାନେ କିଆନାଳୀ ଠାରୁ ଏକ ଶୋଭାଯାତ୍ରାରେ ସହର ମଧ୍ୟ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ । ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଚକ୍ରଧରପୁର ପଂଚାୟତ ଅଧୀନ ବଲାଙ୍ଗିଆ ଗ୍ରାମର ଚତୁଃପାର୍ଶ୍ଵରେ ବେଆଇନ ଭାବେ ଗଢିଉଠିଥିବା କସର ଗୁଡିକୁ ବନ୍ଦ କରିବା,ଉକ୍ତ ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଘରଡିହ ପଟ୍ଟା ପ୍ରଦାନ , ଟାଟା ଷ୍ଟିଲ ଓ ନୀଳାଚଳ କମ୍ପାନୀ ସମ୍ମୁଖରେ ବସିଥିବା ବିସ୍ଥାପିତ ଲୋକଙ୍କ ସମସ୍ୟା ର ସମାଧାନ ଆଦି ଦାବୀ ରେ ଗଣ ଧାରଣା ଦିଆଯାଇଛି। ଏଥି ସହିତ ଅନ୍ୟାନ୍ୟ ଦାବି ସମ୍ପର୍କରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୀମ ଆର୍ମି ରାଜ୍ୟ ସଚିବ ଭୈରବ ବେହେରା, ଯାଜପୁର ଜିଲା ସଭାପତି ତରଣୀ ମଲିକ, ମହିଳା ସଭାନେତ୍ରୀ ସୁମିତ୍ରା ଜେନା, ସଚିବ ବିନୋଦ ଜେନା, ପ୍ରଭାରୀ ମାଧବ ଜେନା, ଉପସଭାପତି ରଞ୍ଜିତ ଜାମୁଦା ଙ୍କ ସହ ଶତାଧିକ ଭୀମ ଆର୍ମି କର୍ମକର୍ତ୍ତା ସାମିଲ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button