ରାଜ୍ୟ

ଜାମଦା ଆଂଚଳିକ ଡିଗ୍ରି କଲେଜ୍‌ରେ ୬୫ ୟୁନିଟ୍‌ ରକ୍ତ ସଂଗୃହୀତ

ରାଇରଙ୍ଗପୁର/ଜାମଦା: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ଜାମଦା ଆଂଚଳିକ(ଡିଗ୍ରି) ମହାବିଦ୍ୟାଳୟ, ଏନଏସ୍‌ଏସ, ରେଡକ୍ରସ୍ ଓ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଜଲେନ୍ ନାଏକ ଯୋଗଦେଇ ଶିବିରକୁ ଉଦଘାଟନ୍‌ କରିଥିଲେ।

ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର ସୁର୍ ଓ ରାଇରଙ୍ଗପୁର ସମ୍ବାଦ ଜିଲ୍ଲା ପ୍ରତିନିଧି ତୁଷାର କାନ୍ତ ମହାନ୍ତଙ୍କ ନେତୃତ୍ବରେ ଉକ୍ତ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଲଳିତ କୁମାର ମହାନ୍ତ, ଅଧ୍ୟାପକ ଭଗବାନ ପାଲ୍‌, ସୂର୍ଯ୍ୟକାନ୍ତ ପ୍ରଧାନ, ଡ. ରାଜକିଶୋର ଜେନା, ଅଶୋକ କୁମାର ମହାନ୍ତ, ଗ୍ରାନ୍ଥାଗାରିକ ଭୂପତି ଚରଣ ନନ୍ଦୀ, କ୍ରୀଡା ଶିକ୍ଷକ ତପନ କୁମାର ଜେନା, ଭଗବତୀ ସାହୁ, ସେହେନାଜ୍ ପରବିନ୍‌, ଲିଜାରାଣୀ ସାହୁ, ସୁଭଦ୍ରା ବିନ୍ଧାଣୀ, ଘାସିରାମ୍ ଗଇପାଇ, ଦୟାନିଧି ମଣ୍ଡଳ, ବଳରାମ କଣ୍ଡାଙ୍କେଲ, ସ୍ନେହଦତ୍ତ ମହାନ୍ତ, ମନ୍ଟୁ ଦତ୍ତ, ଅମିତ ମଣ୍ଡଳ, ସମ୍ବାଦ ପ୍ରତିନିଧି ଶ୍ୟାମସୁନ୍ଦର ସାମଲ୍ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button