ରାଜ୍ୟ

ବିବାହ ଉତ୍ସବକୁ ଯାଇଥିଲେ ପରିବାର; ୮୦ ହଜାର ଲୁଟି ନେଲେ ଦୁର୍ବୁତ୍ତ – Ibnodisha

[ad_1]

ରେଙ୍ଗାଲିକ୍ୟାମ୍ପ : ଲୁଟେରା ,ଡକାୟତମାନଙ୍କ ଗଡ ସାଜିଛି ଅତାବିରା। ମାରଣାସ୍ତ୍ର ଧରି ଘରେ ପଶୁଛନ୍ତି ଦୁର୍ବୁତ୍ତ। ବୁଲୁଛନ୍ତି ଏବେ ଗୋଟିଏରୁ ଆଉ ଗୋଟିଏ ଗାଆଁ। ଘରେ ପଶୁଛନ୍ତି, କଳାକନା ବୁଲାଇ ଛୁ ମାରୁଛନ୍ତି। ଅପରାଧରେ ଅତିଷ୍ଠ ହେଲେଣି ସାଧାରଣ ଲୋକେ। ରାତିରେ ଶୁଆଇ ଦେଉନାହାନ୍ତି ଦୁର୍ବୁତ୍ତ । ମାରଣାସ୍ତ୍ର ଧରି ପଶୁଛନ୍ତି ଡକାୟତ ଦଳ। କେତେବେଳେ ଘରର ଝରକା ତାଡି ,ପାଚେରୀ ଡେଇଁ ତ ଆଉ କେତେବେଳେ ଦଉଡ଼ି ସାହାଯ୍ୟରେ ଘରେ ଭିତରେ ପଶି କଳା କନା ବୁଲାଇ ଛୁ ମାରୁଛନ୍ତି। ଘରର ଆଲମିରା ଲକର ତାଡି ସୁନା ଅଳଙ୍କାରଠୁ ଆରମ୍ଭ କରି ଘରର ଦାମି ସାମଗ୍ରୀ ନେଇ ଫେରାର ମାରୁଛନ୍ତି। ଅତାବିରା ଥାନା ଅଧୀନରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଟି ଘରୁ ଲୁଟ ଘଟଣା ଆଖିରୁ ନିଦ ହଜେଇ ଦଉଛି ଲୋକଙ୍କର।

ପୁଣି ଅତାବିରା ଥାନା ସୋର୍ଣ୍ଣା ଗ୍ରାମର କାଳୀ ଚରଣ ହୋତାଙ୍କ ଘରକୁ ରବିବାର ରାତିରେ ତାଲା ଭାଙ୍ଗି ଚୋର ମାନେ ଭିତରକୁ ପଶି ନଗଦ ୨୦ ହଜାର ଟଙ୍କା, ସୁନାର ଦୁଇଟି ମୁଦି, ଦୁଇଟି କାନ ଫୁଲ, ଦୁଇଟି ରିଙ୍ଗ, ରୂପାର ୪ଟି ମୁଦି,ଗୋଟିଏ ବ୍ରେସଲେଟ୍ ଇତ୍ୟାଦି ହାରାହାରି ୮୦ ହଜାର ଟଙ୍କାର ଚୋରୀ କରିଥିବା ଥାନାରେ ଅଭିଯୋଗ ହୋଇଛି। ଖବର ପାଇ ଅତାବିରା ପୁଲିସ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଥିବା ଥାନା ସୂତ୍ରରୁ ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ ଘରେ ତାଲା ପକାଇ ଘର ମାଲିକ ନିଜ ପରିବାର ସହ ବଲାଙ୍ଗୀର ଜିଲ୍ଲାକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ।ଏହାର ସୁଯୋଗ ନେଇ ଚୋର ମାନେ ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଚୋରୀ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button