ରାଜନୀତି

ନାମାଙ୍କନ ଦାଖଲ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]

ସମ୍ବଲପୁର : ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ କରିବା ପୂର୍ବରୁ ମା’ ସମଲେଇଙ୍କୁ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ଆଜି ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button