IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପୁଜା ପାଠ ଜପ ତପ କରୁଥିବା ଲୋକ ସବୁଠୁ ଅଧିକ ଦୁଖୀ କାହିଁକି ଦୁଖ କଷ୍ଟ ଭୋଗନ୍ତି ?

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ସବୁବେଳେ ପୂଜା ପାଠ କରୁଥିବା ବ୍ୟକ୍ତି ଦୁଖୀ ରୁହନ୍ତି ଏବଂ ମନକୁ ପ୍ରଶ୍ନ ଆସିଥାଏ କି ଆମେ ଏତେ ପୂଜା ପାଠ କରି, ପ୍ରଭୁ ଙ୍କ ଭକ୍ତିରେ ଲୀନ ହୋଇ ମଧ୍ୟ ଆମ ଜୀବନରେ ଅସୁବିଧା ଦୁଖ କାହିଁକି ଆସିଥାଏ । ଏହାର ବିପରୀତ ରେ ଯଦି ଦେଖିବା ଆମ ଠାରୁ ଅଧିକ ସୁଖୀ ସେହି ମାନେ ହୋଇଥାନ୍ତି ଯେଉଁ ମାନେ ପୂଜା ପାଠ କରନ୍ତି ନାହିଁ କି ଏହା ଉପରେ ବିଶ୍ଵାସ କରନ୍ତି ନାହିଁ ।

ଆଉ କିଛି ଲୋକ ଧର୍ମ କର୍ମ, ପୂଜା ପାଠ କରି ବି ଦୁଖୀ ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଏହାର କାରଣ କଣ ତାହା କହିବାକୁ ଯାଉଛୁ । ଭଗବାନ କୃଷ୍ଣ କହିଛନ୍ତି ମନୁଷ୍ୟ ଗଣ ତୁମେ କର୍ମ ଚାଲ ଉଚିତ ସମୟରେ ଉଁ ତୁମକୁ ପରିଣାମ ଦେବୀ । ପୌରାଣିକ କଥା ଅନୁଯାୟୀ ଜଣେ ଗୁରୁଜୀଙ୍କ 2 ଜଣ ସନ୍ତାନ ଥିଲେ ।

ଦୁଇ ଜଣ ଉଚ୍ଚ ଶିକ୍ଷା କରିଥିଲେ ସତ କିନ୍ତୁ ଜଣଙ୍କର ଅଭ୍ଯାସ ଖରାପ ହୋଇଥିଲା । ଆଉ ଜଣେ ନାମ କୀର୍ତ୍ତନ କରି ସତ୍ସଙ୍ଗ କରୁଥିଲେ । ଆଉ ଜଣେ ବେଶ୍ୟା ଘରକୁ ଯାଇଥାଏ । ଦିନକର କଥା ଦ୍ଵିତୀୟ ସନ୍ତାନ ଟି ବେଶ୍ୟା ଘରୁ ଫେରିବା ସମୟରେ ରାସ୍ତା ରେ ପଡିଥିବା ସୁନାରେ ଭର୍ତ୍ତି ବ୍ୟାଗ ପାଇଲା । ଆଉ ପ୍ରଥମ ସନ୍ତାନ ଟି ସତସଙ୍ଗ କରି ଫେରିବା ବେଳେ ରାସ୍ତାରେ ତାଙ୍କ ପାଦରେ କଣ୍ଟା ଫୁଟିଗଲା ।

ଆଉ ରକ୍ତ ଜୁଡୁବୁଡୁ ହୋଇ ସେ ଗୁରୁଜୀଙ୍କ ପାଖକୁ ଯାଇ ପଚାରିଲେ ଭଗବନାଙ୍କ ନ୍ୟାୟ କେମିତି ? ମୁଁ ସତସଙ୍ଗ କରିବାକୁ ଯାଇଥିଲି ମୋ ପାଦରେ କଣ୍ଟା ପଶିଗଲା । ଆଉ ସେ ବେଶ୍ୟା ଘରକୁ ଯାଇଥିଲା ତାକୁ ସୁନାର ମୁନି ମିଳିଲା । ଏହା ଶୁଣିବା ପରେ ଗୁରୁଜୀ କହିଲେ ତୁମେ କେବଳ ବର୍ତ୍ତମାନ ଦେଖୁଛ ଆଉ ଭାବୁଛ । କିନ୍ତୁ ଇଶ୍ଵର ବର୍ତ୍ତମାନ ଓ ଭବିଷ୍ୟତ ଦେଖନ୍ତି ।

ଯାହାକୁ ସୁନା ମିଳିଲା ଆଜିର ଦିନରେ ତାକୁ ସୁନା, ହିରାରେ ଭର୍ତ୍ତି ପେଡି ମିଳିବାର ଥିଲା । ଆଜିର ଦିନରେ ତାଙ୍କୁ ରାଜା ହେବାର ଥିଲା । କିନ୍ତୁ ସେ ବେଶ୍ୟା ଘରକୁ ଯାଇ ସମୟର ଦୁର୍ବ୍ୟବହାର କରିବାରୁ ତାର ପୂଣ୍ୟ କ୍ଷୟ ହୋଇଗଲା । ପୂର୍ବ ଜନ୍ମରେ ଏହି ବ୍ଯକ୍ତିର ପୂଣ୍ୟ ଅଧିକ ଥିଲା କିନ୍ତୁ ଏ ଜନ୍ମରେ ତାର ଖରାପ କର୍ମ ପାଇଁ ସୁନା ମୁନିଟି ମିଳିଲା ।

ଆଉ ତୁମକୁ ଆଜିର ଦିନରେ ମୃତ୍ୟୁ ଆସିବାର ଥିଲା । କିନ୍ତୁ ତୁମେ ଭଗବାନଙ୍କ ସହ ସବୁବେଳେ ଯୋଡି ହୋଇଥିଲା । ନାମ କୀର୍ତ୍ତନ କରିବା ସହ ଭଗବାନଙ୍କ ନାମ ନେଉଥିଲ । ସେଥିପାଇଁ ଇଶ୍ଵର ତୁମ ମୃତ୍ୟୁକୁ ଗୋଟେ ଲୁହା କଣ୍ଟାରେ ପରିବର୍ତ୍ତନ କରିଦେଲେ ।

ତେବେ ଏଥିରୁ ସ୍ପଷ୍ଟ ହେଲା ଯେଉଁ ବ୍ୟକ୍ତି ପୂର୍ବର ଜନ୍ମରେ ଭଲ ବା ଖରାପ କର୍ମ କରିଥାଏ ସେ ଏ ଜନ୍ମରେ ସୁଖୀ ବ ଦୁଖୀ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button