IBN ଓଡ଼ିଶା ବ୍ୟୁରୋ

ସନ୍ଧ୍ୟା ପୂଜା ସମୟରେ ଠାକୁରଙ୍କୁ ଲାଗି ହୋଇଥିବା ଫୁଲକୁ କାଢିବା ଉଚିତ୍ ନା ନାହିଁ ?

ନମସ୍କାର ଦର୍ଶକବନ୍ଧୁ : ସମସ୍ତ ପରିବାରର ସୁଖ ସମୃଦ୍ଧି ପାଇଁ ଅନେକ ପୂଜା କରିଥାନ୍ତି । ବୈବାହିକ ଜୀବନରେ ଅନେକ ପ୍ରକାର ବାଧା ଆସିଥାଏ । ହେଲେବି ସାବି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ପରିବାରର ସୁଖ ଶାନ୍ତି ପାଇଁ ବହୁତ ପ୍ରତିକାର ମଧ୍ୟ କରିଥାଉ । ଆଜି ଜାଣିବା ପୂଜା ସମୟରେ ଠାକୁରଙ୍କ ଛଡା ଫୁଲ କେତେବେ କାଢିବା ଉଚିତ । ଘରେ ଠାକୁର ପୂଜା ତ ସମସ୍ତେ କରନ୍ତି । ସକାଳେ ସୁର୍ଜ୍ୟଦୟ ପରେ ଠାକୁର ପୂଜା କରିବା ଉଚିତ । ଏବଂ ସନ୍ଧ୍ଯା ସୂର୍ଯ୍ୟାସ୍ତ ପରେ ଦେବା ଉଚିତ ।

ପୂଜା କରିବା ସମୟରେ ବ୍ୟସ୍ତ ବିବ୍ରତ ହୋଇ ପୂଜା କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଭଗବାନ ଅସାନ୍ତି ହୋଇଥାନ୍ତି । ଭକ୍ତିର ସହିତ ପୂଜା କାଲେ ଭଲ ଫଳ ପ୍ରାପ୍ତି ହୁଏ । ପରିବାରକୁ ଆସୁଥିବା ବିପଦ ଦୂର ହୋଇଯାଏ । ନକରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ । ବ୍ୟସ୍ତ ବହୁଳ ଜୀବନରେ ମଧ୍ୟ କିଛି ସମୟ ଠାକୁରଙ୍କୁ ଦେବା ଉଚିତ । ପୂଜା ସମୟରେ ଠାକୁରଙ୍କୁ ଫୁଲ ଅର୍ପଣା କରିଥାଉ । କେଉଁ ଠାକୁରଙ୍କୁ କେଉଁ ଫୁଲ ଅର୍ପଣ କାଲେ ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି ।

ଯେପରି ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ବହୁତ ପସନ୍ଦ ,ମା ମଙ୍ଗଳାଙ୍କୁ ମନ୍ଦର ,ଶିବଙ୍କୁ ଅରଖ ବା ଦୁଦୁରା ଫୁଲ ପସନ୍ଦ । ସେହିପରି ପୂଜା ସମୟରେ ଫୁଲ ଅର୍ପଣ କରିବା ଉଚିତ । ପୂଜା ସମୟରେ ଫୁଲ ଦେଇଥାନ୍ତି । ପୂଜା ସମୟରେ ଫୁଲ ଦେବାର ମଧ୍ୟ ନିୟମ ରହିଛି । ଫୁଲ ଦେବା ସମୟରେ ବିଶି ଆଙ୍ଗୁଠି ଓ କାଣୀ ଆଙ୍ଗୁଠି କୁ ଛାଡିଦେଇ ଅନ୍ୟ ତିନୋଟି ଆଙ୍ଗୁଠିରେ ଫୁଲ ଚଢାଇବା ଉଚିତ । ଏବଂ ଫୁଲ କାଢିବାର ମଧ୍ୟ କିଛି ନିୟମ ରହିଛି ।

ଛଡା ଫୁଲକୁ ସନ୍ଧ୍ଯା ଦେଇସାରିବା ପରେ ଠାକୁରଙ୍କ ମଥାରେ ଲାଗିଥିବା ଚନ୍ଦନ ଓ ଫୁଲ କୁ କାଢିବା ଉଚିତ । ଏହି ଛଡା ଫୁଲକୁ କାଢିବା ସମୟରେ ବିଶି ଆଙ୍ଗୁଠି ଓ ବୁଢା ଆଙ୍ଗୁଠି ସାହାଯ୍ୟରେ କାଢିବା ଉଚିତ । ରାତ୍ରିରେ ଭଗବାନ ସୟନ କରିବା ପୂର୍ବରୁ ସନ୍ଧ୍ଯା ସମୟରେ ଫୁଲ କାଢିବା ଉଚିତ । ଯଦି ପୂଜା ଘରେ ଶାଳଗ୍ରାମ ବା ଶିବ ଲିଙ୍ଗ ରଖିକି ପୂଜା କରୁଛନ୍ତି ତ ଶାଳଗ୍ରାମ ଙ୍କ ପାଖରେ ତୁଲସୀ ପତ୍ର ଓ ଶିବଙ୍କ ପାଖରେ ବେଲ ପତ୍ର ଚଢାଇବେ ।

ଶାଳଗ୍ରାମ ଓ ଶିବଲିଙ୍ଗ ଉପରୁ ଫୁଲ କାଢିବା ଉଚିତ ନୁହେଁ । ସନ୍ଧ୍ଯା ସମୟରେ ଫୁଲକୁ କାଢିବେ ନାହିଁ । ଯଦି ଫୁଲ କାଢୁଛନ୍ତି ତ ସାଙ୍ଗେ ସାଙ୍ଗେ ଫୁଲ ବା ତୁଲସୀ ପତ୍ର ଚଢାଇବାକୁ ହେବ । ଯଦି କୌଣସି କାର୍ଯ୍ୟ ପାଇଁ ପୂଜା କରି ପାରୁନାହାନ୍ତି ତ ଭଗବାନଙ୍କୁ କ୍ଷମା ମାଗିନେବେ । କିନ୍ତୁ ତରବର ହୋଇ ପୂଜା କରିବେ ନାହିଁ । ଏହା ଦ୍ଵାରା ପୂଜାର କିଛି ମହତ୍ଵ ରହିନଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button