IBN ଓଡ଼ିଶା ବ୍ୟୁରୋ

ଗୁରୁବାରରେ କରନ୍ତୁ ଏହି କମ, ରାତାରାତି ହୋଇଯିବେ ଧନୀ ! ଶୀଘ୍ର ଦେଖନ୍ତୁ

ହିନ୍ଦୁ ଧର୍ମରେ ସବୁ ବାର ସହିତ କିଛି ନା କିଛି ଜଡିତ ରହିଛି । ସବୁବାର ଅନୁସାରେ ସବୁ ଦେବା ଦେବୀଙ୍କୁ ମଧ୍ୟ ସମର୍ପିତ ଅଟେ । ଯେପରି ସୋମବାର ଭଗବାନ ଶିବଙ୍କୁ ସମର୍ପିତ ,ଶନିବାର ଶନିଦେବଙ୍କୁ ସମର୍ପିତ ଠିକ ସେହିପରି ଗୁରୁବାର ମା ଲକ୍ଷ୍ମୀ ଓ ନାରାୟଣଙ୍କୁ ସମର୍ପିତ ଅଟେ । ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ଵାରା ଧନର କୌଣସି ଅଭାବ ରହିନଥାଏ ।

ଆଜି ଆସନ୍ତୁ ଜାଣିବା ଗୁରୁବାର ଦିନ କଣ କରିବା ଦ୍ଵାରା ଧନର ଅଭାବ ରହିନଥାଏ । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଉଚିତ । ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ଦ୍ଵାରା ସବୁ କାର୍ଯ୍ୟ ଶୁଭ ହୋଇଥାଏ । ସ୍ନାନ କରିବା ସମୟରେ ଜଳରେ କିଛି ଗଙ୍ଗଜଳ ମିଶାଇ ସ୍ନାନ କରିବା ବହୁତ ଭଲ ହୋଇଥାଏ । ଏହି ବ୍ରହ୍ମ ମୁହୂର୍ତ୍ତର ସମୟ ହେଉଛି ରାତି ୪ଟା ରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ।

ଏହା ଦ୍ଵାରା ସବୁ ଦେବା ଦେବୀଙ୍କର ପ୍ରଭାବ ଆପଣଙ୍କ ଉପରେ ରହିଥାଏ । ସ୍ନାନ କରିବା ସହିତ ଭଗବାନଙ୍କ ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ । ଏହା କରିବା ଦ୍ଵାରା କୌଣସିବି ସମସ୍ଯା ଜୀବନରେ ରହିନଥାଏ । ମା ଲକ୍ଷ୍ମୀଙ୍କ କୃପାରୁ ଜୀବନ ବହୁତ ଖୁସିରେ ଅତିବାହିତ କରିବେ । ଦ୍ଵିତୀୟ ଉପାୟତି ହେଉଛି ଆର୍ଥିକ ସମସ୍ଯା ଦୂର କରିବା ପାଇଁ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ ।

ଏହି ପୂଜା କରିବା ଦ୍ଵାରା ଆର୍ଥିକ ସମସ୍ଯା ଯାହା ଥିଲା ତାହା ବହୁତ ଶୀଘ୍ର ଦୂର ହୋଇଯିବ । ବ୍ୟବସାୟରେ ଉନ୍ନତି କରିବା ସହ ଧନର କୌଣସି ଅଭାବ ରହିବ ନାହିଁ । ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ । ଯାହା ଦ୍ଵାରା ଭବିଷ୍ୟତରେ ଆପଣ ବହୁତ ଆଗକୁ ଯିବେ । ତୃତୀୟ ଉପାୟଟି ହେଉଛି ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧିବା ବହୁତ ଶୁଭ ହୋଇଥାଏ ।ହଳଦିଆ ବସ୍ତ୍ର ପିନ୍ଧିବା ସହ ହଳଦୀଆ ଫୁଲ , ଫଳ ,ନୈବେଦ୍ୟ ଭଗବାନଙ୍କୁ ଅର୍ପଣ କରନ୍ତୁ ।

ଏହା ସହ ହଳଦୀ ପାଣିରେ ସ୍ନାନ କରିବା ଉଚିତ ଓ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଘରରେ ଧନର ବୃଦ୍ଧି ହୋଇଥାଏ । ଚତୁର୍ଥରେ ଉପାୟଟି ହେଉଛି ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ କରନ୍ତୁ ଓ ଏହି ସମୟରେ ଗରିବ ମାନଙ୍କୁ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଗୃହରେ ବାସ କରିଥାନ୍ତି । ଏହା କରିବା ସହ ତୁଲସୀ ଗଛରେ ଜଳ ଅର୍ପଣ କରିବା ସମୟରେ କ୍ଷୀର ଅର୍ପଣ କରନ୍ତୁ । ପଞ୍ଚମ ଉପାୟତି ହେଉଛି ଗୁରୁବାର ଦିନ ଓସ୍ତ ଗଛର ପୂଜା କରିବା ଦ୍ଵାରା ସମସ୍ତ ଇଚ୍ଛା ପୂର୍ଣା ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button