IBN ଓଡ଼ିଶା ବ୍ୟୁରୋ

।ମହାକାଶଚାରୀଙ୍କୁ ଛାଡି ପୃଥିବୀ ଫେରିଲା ଷ୍ଟାରଲାଇନର୍

ନୂଆଦିଲ୍ଲୀ: ବୋଇଙ୍ଗର ‘ଷ୍ଟାରଲାଇନର୍’ ମହାକାଶଯାନ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋରଙ୍କ ବିନା ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରୁ ଶୁକ୍ରବାର ଦିନ ପୃଥିବୀକୁ ଫେରିଛି। ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ଉଡ଼ିବାର ଛଅ ଘଣ୍ଟା ପରେ ଷ୍ଟାରଲାଇନର୍ ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ମିସାଇଲ୍ ରେଞ୍ଜରେ ଅବତରଣ କରିଥିଲା।

ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଦୁଇଜଣ ପାଇଲଟ୍ ବର୍ତ୍ତମାନ ମହାକାଶରେ ଥିବା ବେଳେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସେମାନେ ଆଇଏସ୍ଏସ୍ ରେ ରହିବେ ବୋଲି ଜଣାପଡିଛି। ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ।

ତେବେ ଷ୍ଟାରଲାଇନର୍ ସ୍ପେସ୍ ଷ୍ଟେସନ ଛାଡିବା ପରେ ଏକ ରେଡିଓ ବାର୍ତ୍ତାରେ ସୁନୀତା ୱିଲିୟମ୍ସ କହିଥିଲେ ଯେ ସେ ନିଜ ଘରକୁ ଯାଉଛି। ତେବେ ଗତ ୨୦୨୪ ଜୁନ ମାସରେ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରୁଥିବା ବେଳେ ସେଥିରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button