IBN ଓଡ଼ିଶା ବ୍ୟୁରୋ

ସବୁବେଳେ ଭଲ ଲୋକଙ୍କ ସହିତ ଖରାପ କାହିଁକି ହୁଏ, କାହିଁକି ଅଧିକ ଦୁଃଖ ମିଳେ?

ନମସ୍କକର ବନ୍ଧୁଗଣ, ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେଉଁ ଲୋକମାନେ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତି ଦାନ ଧର୍ମ ଇତ୍ୟାଦି କରନ୍ତି ସେମାନଙ୍କ ଜୀବନ ଭଲ ହୋଇନଥାଏ । କିନ୍ତୁ ଯେଉଁମାନେ ଅନ୍ୟାୟ ହଣା କଟା କରି ଧନ ଉପାର୍ଜନ କରି ମଧ୍ୟ ଭଲରେ ରୁହନ୍ତି । ଏସବୁକୁ ଦେଖି ଆପଣ ନିଶ୍ଚୟ କେବେ ନା କେବେ ଭାବିଥିବେ ଏମିତି କାହିଁକି ହେଉଛି । ବହୁତ ଲୋକଙ୍କୁ ଏହା ପଛରେ ଥିବା କଥା ଜଣା ନଥାଏ । ତେବେ ଆଜି ଆମେ ଜଣାଇବୁ ଭଲ ଲୋକଙ୍କ ସହ ଏପରି କାହିଁକି ହୋଇଥାଏ । ତେବେ ଆସନ୍ତୁ ଜାଣିବା ।

ଏହିସବୁର ବର୍ଣନା ଭଗବତ ଗୀତାରେ ଶ୍ରୀକୃଷ୍ଣ ବର୍ଣନା କରିଦେଇଛନ୍ତି । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ସବୁବେଳେ ଭଲ ଲୋକଙ୍କ ସହ ଖରାପ କାହିଁକି ହୋଇଥାଏ । ଏବଂ କହରପ ଲୋକ କାହିଁକି ସବୁବେଳେ ଖୁସିରେ ରୁହନ୍ତି । ଏହାର ଉତ୍ତରରେ ଶ୍ରୀକୃଷ୍ଣ ଗୋଟିଏ କଥା ଶୁଣାଇଲେ । ବହୁତ ପୁରୁଣା ସମୟ କଥା ଗୋଟିଏ ଗ୍ରାମରେ ଦୁଇଜଣ ଲୋକ ରହୁଥିଲେ । ତାଙ୍କ ମଧ୍ୟରୁ ଜଣେ ବ୍ୟବସାଇ ଥିଲା । ଏବଂ ସେ ବହୁତ ପୂଜା, ଦାନ ଧର୍ମ କରୁଥିଲା । ସେ ସବୁଦିନ ଭଗବାନଙ୍କୁ ପୂଜା କରୁଥିଲା ।

ଅନ୍ୟ ଲୋକଟି ସମ୍ପୂର୍ଣ ଅଲଗା ଥିଲା ଏହି ବ୍ୟକ୍ତି ଠାରୁ । ସେ ବି ସବୁଦିନ ମନ୍ଦିର ଯାଉଥିଲା ପୂଜା ପାଇଁ ବଂର ଚପଲ ଆଉ ଟଙ୍କା ଚୋରୀ କରିବା ପାଇଁ । ସେ ଲୋକଟି ଦାନ ଧର୍ମ ଉପରେ ଟିକିଏ ମଧ୍ୟ ବିଶ୍ଵାସ ରଖେ ନାହିଁ । ଗୋଟିଏ ଦିନ ବର୍ଷା ପାଇଁ ଗ୍ରାମ ମନ୍ଦିରରେ ପୂଜାରୀଙ୍କ ଛଡା ଆଉ କେହି ନଥିଲେ । ଏହା ଜାଣି ସେହି ଦିତୀୟ ଲୋକଟି ଚୋରୀ ପାଇଁ ମନ୍ଦିର ଗଲା । ମନ୍ଦିର ଯାଇ ଲୁଚି ଛପି କରି ମନ୍ଦିରର ସମସ୍ତ ସୁନା ରୂପା, ଟଙ୍କା ପଇସା ଚୋରୀ କରି ନେଇଆସିଲା ।

ଏହାପରେ ସେ ବ୍ୟବସାୟୀ ମଧ୍ୟ ଯାଇ ସେଠାରେ ପହଞ୍ଚିଲା । କିନ୍ତୁ ଦୁର୍ଭାଗ୍ୟ ବତସ ମନ୍ଦିରର ପୂଜାରୀ ଏହି ବ୍ୟକ୍ତିଙ୍କୁ ଚୋର ଭାବି ପାଟି କରିବାକୁ ଲାଗିଲେ । ଏବଂ ଲୋକମାନେ ବ୍ୟବସାୟୀକୁ ଗାଳି ଗୁଲଜ କରି ଅପମାନ କରିବାକୁ ଲାଗିଲେ । କିଛି କରି ସେ ସେଠାରୁ ଖସି ଆସିଲା ବେଳେ ରାସ୍ତାରେ ଆସି ଗୋଟିଏ ଗାଡି ସହ ଧକା ହୋଇ ଖଣ୍ଡିଆ ଖାବରା ହୋଇଗଲା । ଏବଂ ଛୋଟେଇ ଛୋଟେଇ ଚାଲିବା ବେଳେ ବାଟରେ ସେହି ଚୋରଟି ଖୁସିରେ କହିଯାଉଥିଲା କି ଆଜି ମୋର ଭାଗ୍ୟ ଖୋଲି ଗଲା ବହୁତ ଟଙ୍କା ସୁନା ଆଜି ମୁ ପାଇଛି ।

ଏହା ଶୁଣି ବ୍ୟବସାୟୀ ଜଣଙ୍କ ରାଗିଗଲା ଓ ଘରକୁ ଯାଇ ସମସ୍ତ ଠାକୁରଙ୍କ ଫଟୋ ଫିଙ୍ଗିଦେଲା । ଏବଂ କିଛି ଦିନ ପରେ ସେହି ଦୁଇ ବ୍ୟକ୍ତିଙ୍କର ମୃତୁ ହେଲା । ଏବଂ ଯମଦ୍ଵାରରେ ଯାଇ ପହଞ୍ଚିଲେ ବ୍ୟବସାୟୀ ଜଣକ ସେହି ଚୋର ବ୍ୟକ୍ତିଙ୍କୁ ଦେଖି ରାଗିଜାଇ ଯମଙ୍କୁ ପଚାରିଲା ମୁ ଧର୍ମ ବାଟରେ ଥାଇ ଜୀବନ କଷ୍ଟରେ କାଟିଲି କିନ୍ତୁ ଏହି ପାପୀ ଅଧର୍ମୀକୁ ଟଙ୍କା ସୁନାର ଅଭାବ ରହିଲା ନାହି କାହିଁକି ? ଯମରଜା ଉତ୍ତର ଦେଲେ ତୁମର ଯେଉଁଦିନ ଗାଡିସହ ଧକ୍କା ହେଲା ସେଦିନ ତୁମର ମୃତୁ ଯୋଗ ଥିଲା କିନ୍ତୁ ତୁମର ଭଲ କର୍ମ ପାଇଁ ତୁମର କିଛି ହେଲା ନାହିଁ ।

ଏହି ଅଧର୍ମ ବ୍ୟକ୍ତିର ଜୀବନରେ ରାଜା ଯୋଗ ଥିଲା କିନ୍ତୁ ଏହି ଅଧର୍ମ କାର୍ଯ୍ୟ ହେତୁ ସେତିକି ଧନ ହିଁ ନିଜ ଜୀବନରେ ପାଇପାରିଲା । ଆଉ ତାକୁ ତା ଜୀବନରେ ମିଳିଲା ନାହିଁ । ତେଣୁ ଯଦି ଆପଣ ଭାବୁଥାନ୍ତି କି ଭଗବାନ ଆପଣଙ୍କ ଭଲ ଫଳ ଅନୁଯାଇ ଫଳ ଦେଉ ନାହାନ୍ତି ତେବେ ତାହା ଭୁଲ ଭାବୁଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button