ରାଜ୍ୟ
ଲଗାଣ ବର୍ଷା ଯୋଗୁ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର – Ibnodisha

[ad_1]
ବାଲେଶ୍ୱର: ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର। ନଦୀର ମଥାନୀ ଠାରେ ବିପଦ ସଂକେତ 5.50 ମିଟର ଥିବା ବେଳେ ଦିନ 2ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 5.85 ରେ ପ୍ରବାହିତ ହେଉଛି। ନଦୀର ଉପର ମୁଣ୍ଡା ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର।
ବର୍ତ୍ତମାନ ଧାନ ରୁଆ ପୋତା କାମ ଚାଲିଥିବାରୁ ଯଦି ବନ୍ୟା ହୁଏ ତାହାହେଲେ ଏବେ ରୁଆ ଯାଇଥିବା ଧାନ ତଳି ସବୁ ପଚି ଯିବା ସମେତ ବସ୍ତା ଏବଂ ସଦର ବ୍ଲକ ବ୍ଲକର ପାଖାପାଖି 12 ଟି ପଞ୍ଚାୟତ ର ଚାଷ କ୍ଷତି ହେବାର ଆଶଙ୍କା କରାଯାଉଛି।
[ad_2]




