ଦେଶ

ଗରମରେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି

ସାଉଦୀ ଆରବର ମକ୍କା ସହରରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ସୀମା ଟପିଛି। ଗରମରେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଛି। ଏଥିରେ ୯୮ ଜଣ ଭାରତୀୟ ଯାତ୍ରୀ ଥିବା ଜଣାପଡ଼ିଛି।

ସାଉଦୀ ଆରବର ସ୍ବାସ୍ଥ୍ୟମନ୍ତ୍ରୀ ଫହଦ ଅଲ-ଜଲାଜେଲ ରବିବାର ଗଣମାଧ୍ୟମକୁ କହିଛନ୍ତି, ହଜ୍‌ ଯାତ୍ରା ସମୟରେ ଏପର୍ଯ୍ୟନ୍ତ ମୋଟ୍‌ ୧୩୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ବୟାନ ଆଧାରରେ ସରକାରୀ ଟେଲିଭିଜନରେ ପ୍ରସାରିତ ଖବର ଅନୁସାରେ ପର୍ଯ୍ୟାପ୍ତ ପରିମାଣରେ ଆଶ୍ରୟ ଓ ବିନା ବିଶ୍ରାମରେ ସିଧାସଳଖ ଖରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବା କାରଣରୁ ହଜ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଓ ବହୁବିଧରୋଗରେ ପୀଡିତ ବ୍ୟକ୍ତି ଅଛନ୍ତି। ସେ କହିଛନ୍ତି, ମୃତକମାନଙ୍କ ମଧ୍ୟରୁ ୮୩ ପ୍ରତିଶତ ଲୋକ ତୀର୍ଥ ଯାତ୍ରା ପାଇଁ ଅନୁମତି ପାଇ ନଥିଲେ। ଚଳିତ ବର୍ଷ ମକ୍କାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିସାରିଛି।

ଭାରତୀୟ ବିଦେଶ ମନ୍ତ୍ରାଳୟ ତରଫରୁ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ଯେ, ଚଳିତ ବର୍ଷ ହଜ୍‌ ଯାତ୍ରା ସମୟରେ ୯୮ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ବିଦେଶ ମନ୍ତ୍ରାଳୟ ମୃତ୍ୟୁର କାରଣ ମଧ୍ୟ କହିଛି। ବୟସ୍କ ଓ ‌ରୋଗ କାରଣରୁ ଏମାନଙ୍କର ମୃତ୍ୟୁ ହୋଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button