ମା ଲକ୍ଷ୍ମୀ ଘରକୁ ଆସିବାର ( ୫ଟି ସଙ୍କେତ ) ଭଲ ସମୟ ଆସିବା ପୂର୍ବରୁ ମିଳେ
ନମସ୍କାର ବନ୍ଧୁଗଣ । ବନ୍ଧୁଗଣ ଆମେ ସମସ୍ତେ ଝିଟିପିଟି କୁ ସାଧାରଣତଃ ନିଶ୍ଚୟ ଦେଖିଥାଉ । କିନ୍ତୁ ଏହାର ଦେଖା ଯିବାର ଅର୍ଥ କଣ ବୋଧ ହୁଏ କିଛି ଲୋକ ହିଁ ପ୍ରକୃତ ରେ ଜାଣି ଥିବେ । ଅନେକ ଥର ଲୋକ ମାନେ ଘରେ ଝିଟିପିଟି କୁ ଦେଖିବା ଏକ ସାଧାରଣ ଘଟନା ବୋଲି କହି ଥାଆନ୍ତି । କିନ୍ତୁ ପ୍ରତ୍ଯେକ ଜୀବ ଜନ୍ତୁ ଓ ପ୍ରକୃତି ର ମଣିଷ ସହ କିଛି ନା କିଛି ସାମଞ୍ଜସ୍ୟ ନିଶ୍ଚୟ ରହିଅଛି, ଏହି କଥା ବୋଧ ହୁଏ ଖୁବ କମ ଲୋକ ହିଁ ଜାଣିଥିବେ । ଝିଟିପିଟି କୁ ଶକୁନ ଶାସ୍ତ୍ର ରେ ଏକ ଖାସ ଜୀବ ର ମାନ୍ୟତା ମିଳି ଅଛି ।
ଜ୍ଯୋତିଷ ଶାସ୍ତ୍ର ରେ ଝିଟିପିଟି କୁ ଦେଖିବା ଓ ତାର ଗତି ବିଧି କୁ ଲକ୍ଷ କରି ଅନେକ କଥା ବର୍ଣ୍ଣିତ ହୋଇ ଅଛି । ଜାହର ଜ୍ଞାନ ଯଦି ଆପଣ ଙ୍କୁ ମିଳିଯାଏ ତେବେ ଆପଣ ଜୀବନରେ ଉନ୍ନତିର ପାହାଚ ରେ ଚଢି ଯାଇ ପାରିବେ ।
ଏପରିକି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟି କାନ୍ଥ ରେ ଦେଖା ଦେବା ବା ତଳେ ଚଟାଣ ରେ ଦେଖା ଦେବା ବା ଉପରୁ ଖସି ପଡିବା ଅଥବା ଶରୀରର କୌଣସି ଅଙ୍ଗ ଉପରେ ପଡିବା ଆଦି ଅନେକ ଶୁଭ ଓ ଅଶୁଭ କଥା କୁ ଦର୍ଶାଇ ଥାଏ । ବନ୍ଧୁଗଣ ଏହା ଆପଣ ନିଶ୍ଚୟ ଶୁଣିଥିବେ କି ଦୀପାବଳି ଦିନ ରାତିରେ ଝିଟିପିଟି ର ଦେଖା ପାଇଲେ ମା ଲକ୍ଷ୍ମୀ ଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ ।
କାରଣ କିଛି ଶାସ୍ତ୍ର ଅନୁସାରେ ଝିଟିପିଟି କୁ ମାତା ଲକ୍ଷ୍ମୀ ଙ୍କର ହିଁ ଏକ ସ୍ୱରୂପ ବୋଲି ମନା ଯାଇଥାଏ । ତାହାଛଡା ଯଦି ଦୀପାବଳି ଦିନ ଆପଣଙ୍କ ଉପରେ ଝିଟିପିଟି ଖସି ପଡେ ତେବେ ସାରା ବର୍ଷ ଆପଣଙ୍କ ଜୀବନରେ ଧନ ଧାନ୍ୟ ର ସୌଭାଗ୍ୟ ଲାଗି ରହିଥାଏ ।
ଜ୍ଯୋତିଷ ଶାସ୍ତ୍ର ରେ ଝିଟିପିଟି କୁ ଏକ ପୂଜନୀୟ ପ୍ରାଣୀ ଭାବରେ ପୂଜା କର ଯାଇଥାଏ । ଏପରିରେ ଯଦି ଆପଣ ସନ୍ଧ୍ୟା ସମୟରେ ଝିଟିପିଟି କୁ ଚଟାଣ ଉପରେ ଦେଖନ୍ତି, ତେବେ କିଛି ହଳଦୀ ସିନ୍ଦୁର ମିଶ୍ରିତ ଅରୁଆ ଚାଉଳ ବା ଅକ୍ଷତ କୁ ଆପଣ କୌଣସି ଏକ ମନୋସ୍କାମନା କରି ତାହା ଉପରେ ଦେଇ ଦିଅନ୍ତୁ ।
ବନ୍ଧୁଗଣ ଏହି ଉପାୟ ଟି କୁ ଆପଣ କେବଳ ସନ୍ଧ୍ୟା ସମୟ ରେ ହିଁ କରି ପାରିବେ । ବନ୍ଧୁଗଣ ଯଦି ଘର ସଫା କରୁଥିବା ସମୟ ରେ ଆପଣ ଙ୍କ ଦ୍ଵାରା ଭୁଲ ବଶତଃ ଝିଟିପିଟି ବା ତାର ଛୁଆ ର ମୃତ୍ୟୁ ହୋଇ ଯାଏ ତେବେ ଏହା ଭଲ ହୋଇ ନଥାଏ । ଏପରି ରେ ଆପଣ ଈଶ୍ଵର ଙ୍କ ସମ୍ମୁଖ ରେ କ୍ଷମା ଯାଚନା କରି ସେହି ଝିଟିପିଟି କୁ ନେଇ ମାଟିରେ ପୋତି ଦେବା ଉଚିତ । ଏହା ଦ୍ଵାରା ସେହି ଦୋଷ ଟି କଟି ଯାଏ ।
ଯଦି ଖାଇବା ସମୟ ରେ ଝିଟିପିଟି ର ସ୍ଵର ଶୁଣା ଦିଏ, ବା ଝିଟିପିଟି କୁ ଦେଖନ୍ତି, ତେବେ ଏହା ଆଗକୁ ମିଳିବାକୁ ଥିବା ଧନ ପ୍ରାପ୍ତି ସୂଚନା ଦେଇଥାଏ । ମୁଣ୍ଡ ଉପରେ ବା ନାରୀ ମାନଙ୍କର ବାମ ପାର୍ଶ୍ଵ ରେ ଓ ପୁରୁଷ ମାନଙ୍କର ବାମ ପାର୍ଶ୍ଵରେ ଝିଟିପିଟି ଖସି ପଡିଲେ ଧନ ପ୍ରାପ୍ତି ର ଯୋଗ ସୃଷ୍ଟି ର ସୂଚନା ଦେଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ