କେତେ ଦିନ ଆତ୍ମା ଦ୍ଵିତୀୟ ଜନ୍ମ ପାଏ ?
। ସୂଚନା ଅନୁସାରେ ଏହି ଧରା ପୃଷ୍ଠରେ ପ୍ରାଣୀ ଜନ୍ମ ହୋଇଥାଏ ସତ କିନ୍ତୁ ମୃତ୍ୟୁକୁ ମଧ୍ୟ ପ୍ରାପ୍ତ କରିଥାଏ । କାରଣ ଜନ୍ମ ମୃତ୍ୟୁ ଏହି ବିଦ୍ଧିର ନିୟତି ଅଟେ । ତେଣୁ ଜଣେ ବ୍ୟକ୍ତି ମୃତ୍ୟୁ ପରେ ତା’ ର ଭୌତିକ ଶରୀରରୁ ଆତ୍ମା ବାହାରି ଅନ୍ୟ ଏକ ଶରୀର ଧାରଣ କରିବା ପାଇଁ ବାହାରିଯାଇଥାଏ । ତେବେ ବ୍ୟକ୍ତିର ମୃତ୍ୟୁ ପରେ ଅନ୍ୟ ଶରୀରକୁ ଧାରଣ କରିବାକୁ କେତେ ସମୟ ଲାଗିଥାଏ ।
ସେହି ବିଷୟରେ ଆଲୋଚନା କରିବା । ତେବେ ବ୍ୟକ୍ତି ଯେତେବେଳେ ଜୀବିତ ରହିଥାଏ । ସେତେବେଳେ ତା’ ର ଶରୀରରେ ଆତ୍ମା ରହିଥାଏ । ଯେତେବେଳେ ସେହି ବ୍ୟକ୍ତିର ଜୀବନ କାଳ ସଂପୂର୍ଣ୍ଣ ହୋଇଯାଇଥାଏ । ସେତେବେଳେ ସେହି ବ୍ୟକ୍ତିର ଭୋତିକ ରୂପକ ଶରୀରରୁ ବାହାରି ଅନ୍ୟ ଏକ ଶରୀର ଅନ୍ଵେଷଣରେ ବାହାରିଯାଇଥାଏ ।
ଯେଉଁଥିରେ ମଧ୍ୟ ଆତ୍ମା ଗୋଟିଏ ଶରୀରକୁ ତ୍ୟାଗ କରିସାରିଲା ପରେ ଅନ୍ୟ ଏକ ଶରୀରରେ ପ୍ରବେଶ କରିବାକୁ କେତେ କେତେ ସମୟ ଲଗାଇଥାଏ ତାହା ବର୍ଣ୍ଣନା କରାଯାଇଛି । କେତେକ କ୍ଷେତ୍ରରେ ଏକ ଆତ୍ମା ଅନ୍ୟ ଏକ ଶରୀର ଧାରଣ କରିବାକୁ ଏତେ ସମୟ ଲଗାଇଥାଏ କି ତାହା କଳ୍ପନା ମଧ୍ୟ କରାଯାଇପାରିନଥାଏ ।
ତେବେ ଅନ୍ୟ ଏକ କ୍ଷେତ୍ରରେ ସଙ୍ଗେ ସଙ୍ଗେ ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଜନ୍ମ ପାଇବାକୁ ବହୁତ କମ୍ ସମୟ ଲଗାଇଥାଏ । ଯେପରି ଏକ ପତ୍ରରୁ ପୋକ ଅନ୍ୟ ଏକ ପତ୍ରକୁ ଯିବା ସମୟରେ ଯେତିକି ସମୟ ଲାଗିଥାଏ । ତେବେ ଉପନିଷଦ ଅନୁସାରେ ୧୦୦ ଭାଗରୁ ୮୫ ଭାଗ ଲୋକଙ୍କର ମୃତ୍ୟୁ ପରେ ଅନ୍ୟ ଏକ ଜନ୍ମ ନେବାକୁ ୩୫ ରୁ ୪୦ ଦିନ ସମୟ ଲାଗିଥାଏ ।