କେଉଁ ନାରୀଙ୍କ ଶରୀରରେ ମା ଲକ୍ଷ୍ମୀ ବାସ କରିଥାନ୍ତି ଓ କେଉଁ ପୁରୁଷଙ୍କୁ ମା’ ଲକ୍ଷ୍ମୀ ସବୁବେଳେ ଘୃଣା କରିଥାନ୍ତି ?

। ସୂଚନା ଅନୁସାରେ ମା’ ଲକ୍ଷ୍ମୀ ହେଉଛି ଅର୍ଣ୍ଣ ଓ ଧନର ଦେବୀ । ତେଣୁ ଯେଉଁ ଜନ ମା’ ଲକ୍ଷ୍ମୀଙ୍କର ମନ ମୁତାବକ କାର୍ଯ୍ୟ କରି ମା’ ଙ୍କୁ ପ୍ରସନ୍ନ କରିପାରିଥାଏ । ସେହି ବ୍ୟକ୍ତିଙ୍କ ପାଖ ମା’ ଲକ୍ଷ୍ମୀ କେବେବି ଛାଡିନଥାନ୍ତି । ତେବେ କେଉଁ ମହିଳାଙ୍କ ପାଖରେ ମା’ ଲକ୍ଷ୍ମୀ ରହିବାକୁ ଭଲ ପାଇଥାନ୍ତି। ସେହି ଶାସ୍ତ୍ର ସମ୍ବଦ୍ଧିତ ତଥ୍ୟ ଆଲୋଚନା କରିବା । ଯେଉଁ ମହିଳା ମାନେ ନିଜ ଘର ପରିବାରର ଉପଯୁକ୍ତ ଯତ୍ନ ନେଉଥିବେ ।
ସମସ୍ତଙ୍କ ମନ ଜାଣି କାର୍ଯ୍ୟ କରୁଥିବେ । ତେବେ ଏହିପରି ମହିଳାଙ୍କ ଘରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ଯେଉଁ ମହିଳା ଆଳସ୍ୟ ପରାୟଣର ହୋଇନଥିବ। ଘର ପରିବାର ସହିତ ଝଗଡା କରୁନଥିବ । ନିଜ ସ୍ଵାମୀଙ୍କୁ ଛାଡି ଅନ୍ୟ ପୁରୁଷ ସହିତ ଖରାପ ସମ୍ପର୍କ ରଖିନଥିବ । ସ୍ଵାମୀଙ୍କୁ ସମ୍ମାନ ଦେବା ସହିତ ସ୍ଵାମୀଙ୍କର ଆଦେଶକୁ ପାଳନ କରୁଥିବ । ଘର ପରିବାର ପାଇଁ ଆସିଥିବା ଜିନିସକୁ ଦେବା ସମୟରେ କାହା ସହିତ ପାତର ଅନ୍ତର କରୁନଥିବ ।
ରବିବାର ଯେଉଁ ମାନେ ଆମିଷ ସେବନ କରିନଥାନ୍ତି । ସେମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କର ସନ୍ତୁଷ୍ଟି ରହିଥାଏ । ଏହା ସହିତ ମହିଳାଙ୍କ ପରି ପୁରୁଷ ମାନେ ମଧ୍ୟ ଲକ୍ଷ୍ମୀଙ୍କର ନୀତି ନମାନିଲେ । ସେହି ପୁରୁଷ ଜୀବନରେ କେବେ ଉନ୍ନତି କରିପାରିନଥାଏ । ଯେପରି ଯେଉଁ ପୁରୁଷ ଅନ୍ୟ ନାରୀଙ୍କୁ ଖରାପ ଦ୍ରୁଷ୍ଟିରେ ଦେଖିଥାଏ ।
ନିଜର ପିତାମାତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନଥାଏ । ଭାଇ ମାନଙ୍କ ସହିତ ହିଂସାବାଦ କରିଥାଏ । ସ୍ତ୍ରୀ ପ୍ରତି ଅତ୍ୟାଚାର କରିଥାଏ । ତେବେ ଏହି ସବୁ ହିଂସାତ୍ମକ କାର୍ଯ୍ୟ କରୁଥିବା ପୁରୁଷଙ୍କ ପାଖରେ ମା’ ଲକ୍ଷ୍ମୀ ସର୍ବଦା ରୁଷ୍ଠ ରହିଥାନ୍ତି ।