IBN ଓଡ଼ିଶା ବ୍ୟୁରୋ

ଇଡିକୁ ପଚାରିଲେ କୋର୍ଟ: ବେଦଖଲ ନୋଟିସ୍‌ ଜାରି କରିବା କ’ଣ ଜରୁରୀ ପଡ଼ିଗଲା?

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବରୁ ବେଦଖଲ ନୋଟିସ୍ ଜାରି କରିଥିବା ବେଳେ ଏବେ ବମ୍ବେ ହାଇକୋର୍ଟ ଇଡିକୁ ଏନେଇ ପ୍ରଶ୍ନ କରିଛନ୍ତି। ଅଦାଲତ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ବେଦଖଲ ନୋଟିସ୍ ଜାରି କରିବା କ’ଣ ଜରୁରୀ ଥିଲା ବୋଲି ପ୍ରଶ୍ନ କରିଛନ୍ତ।

ସେମାନଙ୍କ ନିକଟକୁ ପଠାଯାଇଥିବା ବେଦଖଲ ନୋଟିସ କାର୍ଯ୍ୟ କରିବ ନାହିଁ ବୋଲି ସ୍ପଷ୍ଟ କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ଶୀର୍ଷ ଅଦାଲତ।

ଜଷ୍ଟିସ୍ ରେଭତୀ ମୋହିତ-ଡେରେ ଏବଂ ପ୍ରୀତିରାଜ ଚୌହ୍ବାନ୍ଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଶେଟ୍ଟୀ ଏବଂ କୁନ୍ଦ୍ରାଙ୍କ ଦ୍ବାରା ଦାଖଲ ହୋଇଥିବା ଦୁଇଟି ଆବେଦନ ଉପରେ ଶୁଣାଣି କରି ଏପରି କହିଛନ୍ତି।

ବର୍ତ୍ତମାନ ଶେଟ୍ଟୀଙ୍କ ନାମରେ ଜୁହୁରେ ଏକ ଫ୍ଲାଟ, ପୁଣେରେ ଏକ ବଙ୍ଗଳା ଏବଂ କୁନ୍ଦ୍ରାଙ୍କ ନାମରେ ଇକ୍ୱିଟି ସେୟାର ରହିଛି। ମହାରାଷ୍ଟ୍ର ପୁଲିସ ଏବଂ ଦିଲ୍ଲୀ ପୁଲିସ୍ ଦ୍ବାରା ଅନେକ ମାର୍କେଟିଂ ଏଜେଣ୍ଟଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏକାଧିକ ଏଫଆଇଆରକୁ ଆଧାର କରି ଇଡି ଏହାର ତଦନ୍ତ ଆରମ୍ଭ କରିଛି।

ଏପ୍ରିଲରେ, ଇଡିର ମୁମ୍ବାଇ ଜୋନାଲ ଅଫିସ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଶେଟ୍ଟୀ ଏବଂ କୁନ୍ଦ୍ରା ୯୭.୭୯ କୋଟି ଟଙ୍କାର ସଂପତ୍ତି ରହିଥବା ଜଣାପଡ଼ିିଛି।

ଇଡି ଅଭିଯୋଗ କରିଛି ଯେ ଅଭିଯୁକ୍ତମାନେ ବିଟକଏନ୍ ବ୍ୟାପାରରେ ନିୟୋଜିତ ଥିଲେ, ଯେଉଁଠାରେ ସେମାନେ ୨୦୧୭ ମସିହାରେ ଜନସାଧାରଣଙ୍କଠାରୁ ୬,୬୦୦ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ସଂଗ୍ରହ କରିଥିଲେ ଏବଂ ମାସିକ ୧୦% ଫେରସ୍ତ ପାଇଁ ମିଥ୍ୟା ପ୍ରତିଶୃତି ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button