IBN ଓଡ଼ିଶା ବ୍ୟୁରୋ

ଭାରତର ୫୦ ପ୍ରତିଶତ ଜନସଂଖ୍ୟା ଅଳସୁଆ: ମହିଳାଙ୍କ ସ୍ଥିତି ପୁରୁଷଙ୍କ ଅପେକ୍ଷା ଖରାପ,ଲାନସେଟ୍ ରିପୋର୍ଟରେ ପ୍ରକାଶ

ୱାଶିଂଟନ: ଶାରୀରିକ କାର୍ଯ୍ୟକଳାପ ଦୃଷ୍ଟିରୁ ଭାରତର ଜନସଂଖ୍ୟା ବିଶ୍ୱରେ ଦ୍ୱାଦଶ ସ୍ଥାନରେ ରହିଛି। ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍‌ଥ ଜର୍ଣ୍ଣାଲ୍ ଅନୁଯାୟୀ ଭାରତର ୫୭ ପ୍ରତିଶତ ମହିଳା ଶାରୀରିକ ଦୃଷ୍ଟିରୁ ଅଳସୁଆ। ୪୨ ପ୍ରତିଶତ ଭାରତୀୟ ପୁରୁଷ ଅଳସୁଆ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସମେତ ଏକ ଅନ୍ତର୍ଜାତୀୟ ଗବେଷକ ଦଳ କହିଛନ୍ତି ଯେ ବୟସ୍କମାନେ ପର୍ଯ୍ୟାପ୍ତ ପରିମାଣରେ ଶାରୀରିକ ଭାବେ ସକ୍ରିୟ ଥିବା ଦୃଷ୍ଟିରୁ ଦକ୍ଷିଣ ଏସିଆ ମହାଦେଶର ଦ୍ୱିତୀୟ ସ୍ଥାନରେ ରହିଛି।

ପତ୍ରିକାର ଲେଖକମାନେ ଜାଣିବାକୁ ପାଇଛନ୍ତି ବିଶ୍ବସ୍ତରରେ ପ୍ରାୟ ଏକ ତୃତୀୟାଂଶ ବୟସ୍କ (୩୧.୩ ପ୍ରତିଶତ) ପର୍ଯ୍ୟାପ୍ତ ଭାବରେ ଶାରୀରିକ ଭାବରେ ସକ୍ରିୟ।

୨୦୧୦ରେ ବିଶ୍ବର ୨୬.୪ ପ୍ରତିଶତ ବୟସ୍କ ଅଳସୁଆ ଥି‌ଲେ। ଭାରତରେ, ୨୨ ପ୍ରତିଶତରୁ ଅଧିକ ବୟସ୍କ ୨୦୦୦ରେ ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିବାବେଳେ ୨୦୧୦ ରେ, ପ୍ରାୟ ୩୪ ପ୍ରତିଶତ ବୟସ୍କ ବ୍ୟକ୍ତି ଶାରୀରିକ ଭାବରେ ସକ୍ରିୟ ଥିଲେ। ଆକଳନ କରାଯାଇଛି ଯଦି ସାମ୍ପ୍ରତିକ ଧାରା ଜାରି ରହେତେବେ ୨୦୩୦ ବେଳକୁ ୬୦ ପ୍ରତିଶତ ବୟସ୍କ ଅଳସୁଆ ହୋଇଯିବେ। ବିଶ୍ବର ୧୯୭ ଟି ଦେଶରେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।ଶାରୀରିକ ନିଷ୍କ୍ରିୟତା ବା ଅଳସୁଆ ପଣ ଅନେକ ରୋଗକୁ ପ୍ରୋତ୍ସାହିତ କରିଥାଏ।

ବାସ୍ତବରେ, ଶାରୀରିକ ନିଷ୍କ୍ରିୟତା ମଧୁମେହ ଏବଂ ହୃଦରୋଗ ତଥା ଅଣ ସଂକ୍ରାମକ ରୋଗର ଆଶଙ୍କା ବଢ଼ାଇଥାଏ। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଶାରୀରିକ କାର୍ଯ୍ୟକଳାପରସ୍ତର ବୃଦ୍ଧି ଏବଂ ଅଧିକରୁ ଅଧିକ ଅଳସୁଆ ଜୀବନଶୈଳୀ ଏହି ରୋଗର ବୃଦ୍ଧିରେ ସହାୟକ ହେଉଛି ଏବଂ ସାରା ବିଶ୍ୱରେ ସ୍ୱାସ୍ଥ୍ୟସେବା ଉପରେ ଏକ ବୋଝ ପକାଉଛି। ଦି ଲାନସେଟ୍ ଡାଇବେଟିସ୍ ଏବଂ ଏଣ୍ଡୋକ୍ରିନୋଲୋଜି ପତ୍ରିକାରେ ପ୍ରକାଶିତ ୨୦୨୩ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ଇଣ୍ଡିଆ ଡାଇବେଟିସ୍ ଅଧ୍ୟୟନ ଅନୁଯାୟୀ ୨୦୨୧ ମସିହାରେ ଭାରତରେ ୧୦୧ ନିୟୁତ ଲୋକଙ୍କର ମଧୁମେହ ହୋଇଥିଲା ଏବଂ ପ୍ରାୟ ୩୧୫ ନିୟୁତ ଲୋକଙ୍କର ଉଚ୍ଚ ରକ୍ତଚାପ ରହିଥିଲା। ଏହା ସହିତ, ୨୫୪ ନିୟୁତ ଲୋକ ମେଦବହୁଳତା ଏବଂ ୧୮୫ ନିୟୁତ ଲୋକଙ୍କର ଖରାପ କୋଲେଷ୍ଟ୍ରଲ୍ର ମାତ୍ରା ଅଧିକ ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button