ରାଜ୍ୟ

ଉଦଣ୍ଡୀ ନାଳରେ ବନ୍ୟାପାଣି, ମାରଡା ଗାଁକୁ ଯୋଗାଯୋଗ ବିଛିନ୍ନ

ହୀରାକୁଦ ଡ୍ୟାମରୁ ୨୦ ଗୋଟି ଗେଟ ସାହାଯ୍ୟରେ ବନ୍ୟାଜଳ ନିଷ୍କାସନ ପରେ ବି ମହାନଦୀର ତଳମୁଣ୍ଡରେ ବନ୍ୟାସ୍ଥିତି ନାହିଁ। ମାତ୍ର ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତର ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରେ ରହିଥିବା ଉଦଣ୍ଡୀନାଳରେ ଗତ ସୋମବାର ସଂନ୍ଧ୍ୟାରୁ ୧୦ ଫୁଟ ଉଚ୍ଚରେ ବନ୍ୟାପାଣି ଯୋଗୁଁ ଏହି ପଂଚାୟତରେ ଆଦିବାସୀବହୁଳ ମାରଡା ଗାଁ କୁ ଦୁଇଦିନ ହେଲା ଯୋଗାଯୋଗ ବିଛିନ୍ନ ରହିଛି।

ସମ୍ପ୍ରତି ମହାନଦୀରେ ବନ୍ୟାସ୍ଥିତି ନଥିବା ବେଳେ ଆସନ୍ତାକାଲି ସୁଦ୍ଧା ନାଳ ଉପରୁ ବନ୍ୟାପାଣି ହଟିଯିବା ଆଶା କରାଯାଉଛି।ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ମାରଡା ଗାଁ ଲୋକଙ୍କୁ ରାସନ ସାମଗ୍ରୀ ଆଗରୁ ଯୋଗାଇଦିଆଯାଇଥିବା ହରଭଙ୍ଗା ବିଡିଓ ଶରତ କୁମାର ସେଠୀ କହିଛନ୍ତି। ଅନ୍ୟପଟେ ନାଳରେ ବନ୍ୟାପାଣି ଯୋଗୁଁ ଲୋକେ ତେଲ,ଲୁଣ ସଂଗ୍ରହରୁ ବଂଚିତ ହେବା ସହିତ ଜରୁରୀ ପରିସ୍ଥିତିରେ ମେଡିକାଲ ପଂହଚିବା କଷ୍ଟକର।ଏଣୁ ଗାଁ ଲୋକଙ୍କ ନିକଟରେ ଔଷଧ ପତ୍ର ପଂହଚାଇବା ଦିଗରେ ଜିଲ୍ଲାପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button