ଦେଶ

ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ କଣ ପରିବର୍ତ୍ତନ ହୋଇଛି ? ଜାଣନ୍ତୁ… – Ibnodisha

[ad_1]

ବ୍ୟୁରୋ : ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟିବାର ଆଜକୁ ପ୍ରାୟ ୪ବର୍ଷ ପୁରିଛି । ୨୦୧୯ ଅଗଷ୍ଟ ୫ତାରିଖରେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଧାରା ୩୭୦କୁ ହଟାଇବା ପାଇଁ ଘୋଷଣା କରିଥିଲେ । ଆଉ ଏହି ୪ବର୍ଷ ଭିତରେ ଜମ୍ମୁ-କାଶ୍ମୀରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ନିବେଶଠୁ ଆରମ୍ଭ କରି ଚାକିରି ସବୁ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି । ଜମ୍ମୁ-କାଶ୍ମୀର ଦିନକୁ ଦିନ ପ୍ରଗତି ପଥରେ ଆଗକୁ ବଢିବାରେ ଲାଗିଛି । କେନ୍ଦ୍ର ସରକାର ୩୭୦ ହଟାଇ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ଦେଶର ମୂଖ୍ୟ ଶ୍ରୋତରେ ଯୋଡିପାରିଛି ଏବଂ ଅନ୍ୟ ରାଜ୍ୟମାନଙ୍କ ସମକକ୍ଷ କରିପାରିଛି ।

ସରକାରଙ୍କ ରିପୋର୍ଟ ଆଧାରରେ, ଧାରା ୩୭୦ ହଟିବା ପରେ ଜମ୍ମୁକାଶ୍ମୀରରେ ପ୍ରାୟ ୩୦ହଜାର ଯୁବକଙ୍କୁ ଚାକିରି ମିଳିଛି । ଅନେକ ସରକାରୀ ଯୋଜନା ଆରମ୍ଭ ହୋଇଛି । ୩୭୦ ହଟିବା ପୂର୍ବରୁ ଏଠାରେ ଅନ୍ୟ ରାଜ୍ୟର ଲୋକଙ୍କୁ ଜମି କିଣିବାର ଅଧିକାର ନଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହୋଇପାରିଛି । ଧାରା ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ୧୮୮ଟି ବଡ କମ୍ପାନୀ ଜମି କିଣିଛନ୍ତି । ଚଳିତ ବର୍ଷ ବିଦେଶି ନିବେଶକଙ୍କ ପ୍ରଥମ ପ୍ରୋଜେକ୍ଟ ମିଳିଛି । ଏହି ପ୍ରୋଜେକ୍ଟ ପାଖାପାଖି ୫ଶହ କୋଟିର ରହିଛି । ସବୁଠୁ ବଡ କଥା ହେଲା ଏଠାରେ ଯୁବକମାନେ ପଥର ଫିଙ୍ଗିବା ଛାଡି ପାଠପଢା ଏବଂ ନିଜର ଭବିଷ୍ୟତ ପାଇଁ ଆଗକୁ ବଢୁଛନ୍ତି ।

ଧାରା ୩୭୦ ହଟିବା ପରେ ପର୍ଯ୍ୟଟନ କ୍ଷେତ୍ରରେ ବି ବାକାଶ ଘଟିଛି । ଗତ ୪ବର୍ଷରେ ଏଠାରେ ବୁହୂ ଦୁରଦୁରାନ୍ତରରୁ ପର୍ଯ୍ୟଟକମାନେ ବୁଲିବା ପାଇଁ ଆସୁଛନ୍ତି । ଧିରେ ଧିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ରିପୋର୍ଟ ଅନିସାରେ, କେବଳ ୨୦୨୨ରେ ୧.୮୮କୋଟି ପର୍ଯ୍ୟଟକ ଜମ୍ମୁ-କାଶ୍ମୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳିକୁ ଆସି ଏଠାକାର ସୁନ୍ଦରତାର ଲାଭ ଉଠାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button