ଅପରାଧ

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ। ଜଳେଶ୍ୱର ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ଼। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସମେତ ୭ଟି ସ୍ଥାନରେ ରେଡ଼ କରୁଛି ଟିମ୍। ଜଳେଶ୍ୱରରେ ୮ଜଣିଆ ଟିମ ରେଡ଼ କରୁଥିବା ବେଳେ ୧୧ ନମ୍ୱର ୱାର୍ଡରେ ଥିବା ପୈତୃକ ଘର, ୧୦ନମ୍ୱର ୱାର୍ଡରେ ସମ୍ପର୍କୀୟଙ୍କ ଘରେ, ଲକ୍ଷ୍ମଣନାଥ ବାଇପାସ ଫାର୍ମ ହାଉସ, ବାଲେଶ୍ଵର ଅଫିସ ଓ କ୍ୱାଟରରେ ଚାଲିଛି ରେଡ୍। ଭିଜିଲାନ୍ସ ବିଭାଗର ୨ଜଣ ଡିଏସପି ଓ ୪ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ବରେ ରେଡ୍ ଚାଲିଥିବା ସୂଚନା ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button