ରାଜ୍ୟ

ଏଣିକି ସହଜ ହେବ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି, ଜାରି ହେଲା ନିର୍ଦ୍ଦେଶାନାମା

 ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କ ପାଇଁ ବଡ ନିର୍ଦ୍ଦେଶାନାମା ଜାରି ହୋଇଛି। ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବଦଳି କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଚାକିରୀରେ ବଦଳି ଚାହୁଁଥିବେ, ସେମାନେ ବଦଳି କରି ପାରିବେ ବୋଲି ସ୍ପଷ୍ଟ ହୋଇଛି।

ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାଞ୍ଚ ପରେ ଚୂଡାନ୍ତ ନିଷ୍ପତି ନିଆଯିବା ସହ ଆନ୍ତଃଜିଲ୍ଲାକୁ ବଦଳି ହେବ। ତେବେ ଅଗଷ୍ଟ ୧୩ ତାରିଖ ସୁଦ୍ଧା ଏହି ବଦଳି ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button