ଅପରାଧ

ପାର୍କିଂରୁ ଡବଲ ମର୍ଡର ଘଟଣା

 ରାଜଧାନୀରେ ଡବଲ ମର୍ଡର। ଗାଡି ପାର୍କିଂକୁ ନେଇ ଭୁବନେଶ୍ଵରରେ ଘଟିଛି ଡବଲ ମର୍ଡର । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି ।

ପୂର୍ବ ଶତ୍ରୁତା ଓ ପାର୍କିଂ ନେଇ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାନ୍ସ ଦାୟିତ୍ଵରେ ଥିବା ବାପିଙ୍କ ସହ ଝଗଡା ହୋଇଥିଲା। ମଙ୍ଗଳବାର ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମୀରଞ୍ଜନ ଓ ତାଙ୍କ ବନ୍ଧୁ ଜୁଲୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ଵର ଡିସିପି ବୁଧବାର ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଛନ୍ତି। ହତ୍ୟାକରୀଙ୍କୁ ଧରିବାକୁ ପୁଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ ଏହି ହତ୍ୟାକାରୀଙ୍କୁ ଖୋଜୁଛି ପୋଲିସ।

ଏନେଇ ସ୍ୱତନ୍ତ୍ର ଟିମ ଗଠନ କରି ରେଡ କରିଛି ଏୟାରଫିଲଡ଼ ଥାନା ପୋଲିସ। ଗତକାଲି ବିଳମ୍ବିତ ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂ ନେଇ ବିବାଦ ହୋଇଥିଲା। କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିବା ଜଣାପଡିଛି। ହତ୍ୟାପରେ ଗଣେଷ ଓ ସହଯୋଗୀ ପ୍ରଦୀପ ମଲ୍ଲିକ ଫେରାର ହୋଇଛନ୍ତି। ଗଣେଷଙ୍କ ପତ୍ନୀ ଏବଂ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡର ଚଢାଉ ଜାରି ରହିଛି

Related Articles

Leave a Reply

Your email address will not be published. Required fields are marked *

Back to top button