Uncategorized
ବଲିଉଡ୍ ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ କ୍ୟାନସରର ଚିକିତ୍ସା ସାରି ଫେରିଲେ ମୁମ୍ବାଇ : ଏବେ ଅଛନ୍ତି ସୁସ୍ଥ

କ୍ୟାନସରର ଚିକିତ୍ସା ପାଇଁ ସୋନାଲି ଆମେରିକା ଯାଇଥିଲେ । ଗତ ୪ ଜୁଲାଇରେ ଏ ନେଇ ସେ ନିଜ ଫ୍ୟାନକୁ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଥିଲେ । ପରେ ସେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନଙ୍କୁ ନିଜ ଚିକିତ୍ସା ବିଷୟରେ ଅପଡେଟ୍ ଦେଉଥିଲେ । ଗତକାଲି ରାତି ପ୍ରାୟ ୨.୪୫ରେ ସୋନାଲି ମୁମ୍ବାଇରେ ପଂହଚିଥିଲେ ।
ଆମେରିକାର ନ୍ୟୁୟର୍କ ସହରରେ କ୍ୟାନସର ଚିକିତ୍ସା ପରେ ମୁମ୍ବାଇ ଫେରିଛନ୍ତି ସୋନାଲି ବେନ୍ଦ୍ରେ । ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରକୁ ବାହାରିବା ବେଳେ ତାଙ୍କ ମୁହଁ ହସ ହସ ଦେଖା ଯାଉଥିଲା ଓ ସେ ଖୁସି ଦେଖା ଯାଉଥିଲା ।
ତେବେ ମୁମ୍ବାଇ ଏୟାରପୋର୍ଟରେ ପହଂଚିବା ପରେ ସୋନାଲି ମିଡିଆ ସହିତ କିଛି କଥା ନହୋଇ କେବଳ ଥ୍ୟାଙ୍କ ୟୁ କହିଥିଲେ ଓ ସିଧା ନିଜ କାର ରେ ଯାଇ ବସ ିପଡିଥିଲେ । ସେ ରବିବାର ଦିନ ଟ୍ୱିଟ କରି ଭାରତ ଫେରୁଥିବା କଥା କହିଥିଲେ ।




