IBN ଓଡ଼ିଶା ବ୍ୟୁରୋ

ନିଜର ଜନ୍ମିତ ଝିଅକୁ ମା ଏପରି କିଛି କରିବାକୁ କହିଲା ଯାହାକି ଆପଣ ସ୍ଵପ୍ନରେ ସୁଧା ଭାବିନଥିବେ। ଝିଅଟି ସୋସିଆଲ ମିଡିଆରେ କଣ ସବୁ କହିଛି ନିଜେ ଦେଖନ୍ତୁ।

ନିଜ ଜନ୍ମିତ ଝିଅକୁ ଅନ୍ୟ ପୁରୁଷ ଙ୍କ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହ ନିଜେ ମଧ୍ୟ ଅନ୍ୟ ମାନଙ୍କ ସହ ଅବୈଧ ସମ୍ପର୍କ ରଖୁଛି । ଏଇ କିଛି ଦିନ ତଳେ ଫେସ୍‌ବୁକ୍‌ ରେ ମାଆର ଅନୈତିକ ସମ୍ପର୍କକୁ ବିରୋଧ କରିିବା ସହ ଏଥିରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା ଏବଂ ଲୋକମାନଙ୍କୁ ସାହାଯ୍ୟ ଚାହୁଁଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆ ରେ ଦୁଇଟି ଭିଡିଓ ଅପଲଡ କରିଥିଲେ ।

ବୁଧବାର ଝିଅଟି ଥାଇରଏଡ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରି ଥିବା ଖବର ମିଳିଛି । ଗୁରୁତର ଅବସ୍ଥା ରେ ତାକୁ ଅନୁଗୁଳ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । କିଛି ଦିନ ତଳେ ଝିଅଟି ଫେସ୍‌ବୁକ ରେ ତାର ମାଆ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କହିଥିଲା ‘ମୋର ମାଆର ଅନୈତିକ ସମ୍ପର୍କ ଥିଲା ।

ଝିଅଟି ସୋସିଆଲ ମିଡିଆରେ କଣ ସବୁ କହିଛି।

ତେଣୁ ମୁଁ ଏହାକୁ ବିରୋଧ କରିବାରୁ ସେ ମୋତେ ମାଡ ମାରି ଘରୁ ବାହାର କରି ଦେଇଛି । ତେଣୁ ସୋସିଆଲ ମିଡିଆ ଜରିଆ ରେ ମୁଁ ଆପଣ ମାନଙ୍କୁ ସାହାଯ୍ୟ ଭିକ୍ଷା କରୁଛି । ଯଦି ଆପଣ ମାନେ ମୋତେ ସାହାଯ୍ୟ ନ କରନ୍ତି ତେବେ ମୁଁ ଆତ୍ମ ହତ୍ୟା କରିବି । ଏହା ଛଡ଼ା ମୋ ପାଖରେ ଅନ୍ୟ କିଛି ଉପାୟ ନାହିଁ ବୋଲି ଝିଅଟି କହି ଥିଲା । ’

 

ଏହି ଭିଡିଓ ଟି ଗତ ମଇ ୧୮ ତାରିଖ ଅପଲୋଡ କରାଯାଇ ଥିଲା । ଆଜି ଝିଅଟି ଘରେ ଥିବା ଥାଇରଏଡ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ଫଳରେ ଗୁରୁତର ଅବସ୍ଥାରେ ତାକୁ ଅନୁଗୁଳ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । କିଛି ଦିନ ତଳେ ଝିଅଟି ଫେସ୍‌ବୁକ ରେ ତାର ମାଆ ବିରୋଧରେ ଯେଉଁ କଥା ଲେଖିଥିଲା ତେବେ ଅନ୍ ୟପକ୍ଷରେ ଝିଅଟି ଅପଲୋଡ କରିଥିବା ଭିଡିଓ ରେ ତାଙ୍କ ଜଣେ ବନ୍ଧୁ କମେଣ୍ଟ ଦେଇଛନ୍ତି କି, ତୁମେ ବଢ଼ିଲା ଝିଅ, ଏମିତି କି ଘରର ବଡ଼ ଝିଅ ବାହାର ପିଲା ଆଣି ଘର ଲୋକଙ୍କୁ ମାଡ ମାରିବା କ’ଣ ଠିକ୍‌ ? ତାଙ୍କ ବିଷୟରେ କାହିଁ କେହି କିଛି କହୁ ନାହାନ୍ତି ତୁମ ବିଷୟ ରେ କାହିଁକି କହୁ ଛନ୍ତି । ଏହାର ଉତ୍ତର ରେ ଝିଅଟି ଲେଖିଛି, ବଢ଼ିଲା ଝିଅକୁ ଏପରି କହିବା କ’ଣ ଠିକ୍‌?

Related Articles

Leave a Reply

Your email address will not be published. Required fields are marked *

Back to top button